ଡବଲ ଭୋଟିଂ ପ୍ରମାଣିତ ହେଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ମାର୍ଚ୍ଚ ୨୪: ପୌର ନିର୍ବାଚନ ପ୍ରଥମଥର ପାଇଁ ମେୟର ଏବଂ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି। ସମ୍ବେଦନଶୀଳ ବୁଥ୍ ଗୁଡ଼ିକର ଭିଡିଓଗ୍ରାଫି କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। କୌଣସି ବ୍ୟକ୍ତି ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେଇଥିବା ସତ୍ତ୍ୱେ ଯଦି ପୌର ନିର୍ବାଚନରେ ଭୋଟ୍ ଦେବାର ପ୍ରମାଣ ମିଳିବ, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସ୍ପଷ୍ଟ କରିଛନ୍ତି। […]
ଭୁବନେଶ୍ୱର: ମାର୍ଚ୍ଚ ୨୪: ପୌର ନିର୍ବାଚନ ପ୍ରଥମଥର ପାଇଁ ମେୟର ଏବଂ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି। ସମ୍ବେଦନଶୀଳ ବୁଥ୍ ଗୁଡ଼ିକର ଭିଡିଓଗ୍ରାଫି କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। କୌଣସି ବ୍ୟକ୍ତି ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେଇଥିବା ସତ୍ତ୍ୱେ ଯଦି ପୌର ନିର୍ବାଚନରେ ଭୋଟ୍ ଦେବାର ପ୍ରମାଣ ମିଳିବ, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସ୍ପଷ୍ଟ କରିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଶାନ୍ତି ଶୃଙ୍ଖଳା ଓ ଅବାଧରେ ନିର୍ବାଚନ ପାଇଁ କମିଶନରେଟ ପୋଲିସ ବ୍ୟାପକ ପ୍ରସ୍ତୁତି କରିଛି। ନିର୍ବାଚନ ପାଇଁ ୫୦ ପ୍ଲାଟୁନ ଫୋର୍ସ, ୧୫୦ ପୋଲିସ ଅଫିସର ମୁତୟନ ହୋଇଛନ୍ତି। ଏହାସହ ୭୦୫ ବୁଥ୍ ପାଇଁ ପୋଲିଂ ପାର୍ଟି ସହ ପୋଲିସ ପଠାଯାଇଛି। ଜଟଣୀ ଏବଂ ଭୁବନେଶ୍ୱର ପାଇଁ ୫୫ଟି ମୋବାଇଲ ପାର୍ଟି ନିଯୁକ୍ତ ହୋଇଛନ୍ତି। ପାଟ୍ରୋଲିଂ କଡ଼ାକଡ଼ି କରାଯାଇଥିବା ବେଳେ, ବିଶୃଙ୍ଖଳାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି।




