ରାଜନୀତିରେ ମିଥୁନଙ୍କ ପୁନଃ ଆବିର୍ଭାବ

କୋଲକାତା: ଜୁଲାଇ ୦୫: ଦୀର୍ଘ ସମୟର ବ୍ୟବଧାନ ପରେ ପଶ୍ଚିମବଙ୍ଗର ବିଜେପି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଅଭିନେତା ତଥା ବିଜେପିର ଷ୍ଟାର୍‌ ପ୍ରଚାରକ ମିଥୁନ ଚକ୍ରବର୍ତ୍ତୀ । ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ମିଥୁନ ବିଜେପିର ଷ୍ଟାର୍‌ ପ୍ରଚାରକ ଥିଲେ । ହେଲେ ସେବେଠାରୁ ଆଉ ରାଜନୀତିରେ ସକ୍ରିୟ ନଥିଲେ ସେ । ତେବେ ଅଚାନକ ମିଥୁନ ଏପରି ଭାଜପା କାର୍ଯ୍ୟାଳୟରେ ପହଞ୍ଚିବା ଖବର ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂତ୍ରରୁ ଜାଣିବାକୁ ମିଳିଛି ଯେ […]

Samaya Live Picture
Published On

କୋଲକାତା: ଜୁଲାଇ ୦୫: ଦୀର୍ଘ ସମୟର ବ୍ୟବଧାନ ପରେ ପଶ୍ଚିମବଙ୍ଗର ବିଜେପି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଅଭିନେତା ତଥା ବିଜେପିର ଷ୍ଟାର୍‌ ପ୍ରଚାରକ ମିଥୁନ ଚକ୍ରବର୍ତ୍ତୀ । ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ମିଥୁନ ବିଜେପିର ଷ୍ଟାର୍‌ ପ୍ରଚାରକ ଥିଲେ । ହେଲେ ସେବେଠାରୁ ଆଉ ରାଜନୀତିରେ ସକ୍ରିୟ ନଥିଲେ ସେ । ତେବେ ଅଚାନକ ମିଥୁନ ଏପରି ଭାଜପା କାର୍ଯ୍ୟାଳୟରେ ପହଞ୍ଚିବା ଖବର ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂତ୍ରରୁ ଜାଣିବାକୁ ମିଳିଛି ଯେ ମିଥୁନ ଏଥର ପଶ୍ଚିମବଙ୍ଗରୁ ବିଜେପିର ରାଜ୍ୟସଭା ସାଂସଦ ହୋଇପାରନ୍ତି । ସେ ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲୀଙ୍କ ସ୍ଥାନ ନେବେ ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି । ଆପଣ ଜାଣିଥିବେ ନିଶ୍ଚୟ ଯେ ନିକଟରେ ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲୀ ଓ ସପନ୍‌ ଦାଶଗୁପ୍ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି । ସେହି ସ୍ଥାନ ଏବେ ପୂରା କରିବାକୁ ବିଜେପି ୨ ଜଣ ନୂଆ ସାଂସଦଙ୍କୁ ରାଜ୍ୟସଭା ପଠାଇବ । ତେବେ ମିଥୁନଙ୍କୁ ରୂପାଙ୍କ ସ୍ଥାନରେ ଦଳ ବାଛିବ ବୋଲି ଚର୍ଚ୍ଚା ହେଉଛି । ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ରାଜ୍ୟସଭାରେ ଖାଲି ପଡ଼ିଥିବା ବିଜେପି ପଦକୁ ପୂରା କରିବାକୁ ଚାହୁଁଛି କେନ୍ଦ୍ର । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରାଜ୍ୟସଭାର ସାଂସଦ ବଛା ସରିଲେ ହିଁ ସେମାନେ ରାଷ୍ଟ୍ରପତି ନିର୍ବାଚନରେ ନିଜର ମତଦାନ କରିପାରିବେ । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପିର ୨ଟି ଭୋଟ୍‌ ବି ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ । ପଶ୍ଚିମବଙ୍ଗର ୨ ଜଣ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଯେଉଁ ୨ଟି ଆସନ ଖାଲି ପଡ଼ିଛି ତାହା କେବଳ ପଶ୍ଚିମବଙ୍ଗରୁ ହିଁ ପୂରା କରାଯିବ ବୋଲି ସୂତ୍ରରୁ ପ୍ରକାଶ ।