ଦ୍ୱିଲ୍ଳୀ ଦରବାରରେ ମହାରାଷ୍ଟ୍ର ରାଜନୀତି

ସମୟ ଲାଇଭ,୫/୧୧: ମହାରାଷ୍ଟ୍ର ରାଜନିତିରେ ପ୍ରତିଦିନ ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି। ଉଭୟ ବିଜେପି ଓ ଶିବସେନା ସରକାର ଗଢିବାକୁ ଅଣ୍ଟା ଭିଡିଥିବା ବେଳେ କିନ୍ତୁ ପାଖରେ ନାହିଁ ସଂଖ୍ୟାଗରିଷ୍ଟତାର ପ୍ରମାଣ। ସେପଟେ ୫୦-୫୦ ଫର୍ମୁଲାକୁ ବିଜେପି ମାନୁନଥିବା ବେଳେ ଶିବସେନା କିନ୍ତୁ ଅନ୍ୟର ସାହାରା ନେଇ ସରକାର କରିବାକୁ ମନସ୍ଥ କରିଛି। ଏଭଳି ପରିସ୍ତିତିରେ ମହାରାଷ୍ଟ୍ର ବିଜେପିର ମୁଖ୍ୟମନ୍ତ୍ରୀ କ୍ୟାଣ୍ଡେଟ ଦେବେନ୍ଦ୍ର ଫଡନବିସ ଆଜି ଦ୍ୱଲ୍ଳୀରେ ଭେଟିଛନ୍ତି ବିଜେପି ଚାଣକ୍ୟ ଅମିତ ସାହାଙ୍କୁ। ଶୁଣାଯାଉଛି […]

Samaya Live Picture
Published On

ସମୟ ଲାଇଭ,୫/୧୧: ମହାରାଷ୍ଟ୍ର ରାଜନିତିରେ ପ୍ରତିଦିନ ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି। ଉଭୟ ବିଜେପି ଓ ଶିବସେନା ସରକାର ଗଢିବାକୁ ଅଣ୍ଟା ଭିଡିଥିବା ବେଳେ କିନ୍ତୁ ପାଖରେ ନାହିଁ ସଂଖ୍ୟାଗରିଷ୍ଟତାର ପ୍ରମାଣ। ସେପଟେ ୫୦-୫୦ ଫର୍ମୁଲାକୁ ବିଜେପି ମାନୁନଥିବା ବେଳେ ଶିବସେନା କିନ୍ତୁ ଅନ୍ୟର ସାହାରା ନେଇ ସରକାର କରିବାକୁ ମନସ୍ଥ କରିଛି। ଏଭଳି ପରିସ୍ତିତିରେ ମହାରାଷ୍ଟ୍ର ବିଜେପିର ମୁଖ୍ୟମନ୍ତ୍ରୀ କ୍ୟାଣ୍ଡେଟ ଦେବେନ୍ଦ୍ର ଫଡନବିସ ଆଜି ଦ୍ୱଲ୍ଳୀରେ ଭେଟିଛନ୍ତି ବିଜେପି ଚାଣକ୍ୟ ଅମିତ ସାହାଙ୍କୁ। ଶୁଣାଯାଉଛି ଅମିତ ସାହା ମହାରାଷ୍ଟ୍ରରେ ସରକାର ଗଢିବାକୁ ଦେବେ ଗୁରୁମନ୍ତ୍ର। ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହାଙ୍କ ବାସଭବନରେ ଏହି ଆଲେଚନା ହୋଇଛି, ଯେଉଁଥିରେ ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧିନ ସରକାର ହେବା ସହ ମୁଖ୍ୟମନ୍ତ୍ରୀ ମଧ୍ୟ ବିଜେପିରୁ ହିଁ ହେବେ ବୋଲି ସୂଚନା ମିଳୁଛି। ଏହାଛଡା ଶିବସେନାକୁ କୁୁଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବ ବୋଲି ସ୍ପଷ୍ଟ ହୋଇଛି। ମହାରାଷ୍ଟ୍ରରେ କିଏ ସରକାର ଗଢିବ କିଛି ସ୍ପଷ୍ଟ ହୋଇନଥିଲା ବେଳେ ଏହା ଏବେ ମହାରାଷ୍ଟ୍ର ଡେଇଁ ଦ୍ୱିଲ୍ଳୀ ଦରବାର ପର୍ଯ୍ୟନ୍ତ ଗଲାଣି। ଏହାଛଡା ଏନଶିପି ନେତା ଶରଦ ପାୱାର ଓ ସୋନିଆ ଗାନ୍ଧୀଙ୍କ ଆଲୋଚନା ଉପରେ ରହିଛି ସମସ୍ତଙ୍କର ନଜର। ଏମାଦେ ଯାହାକୁ ସପୋର୍ଟ କରିବେ ସେ ନିଦ୍ୱର୍ନ୍ଦରେ ସରକାର ଗଢିବ ବୋଲି ସ୍ପଷ୍ଟ।

Tags: