ଆଜି ବିବାହ କରିବେ କୁମାରସ୍ବାମୀଙ୍କ ପୁଅ

ସମୟ ଲାଇଭ,୧୭/୪: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ। ଅନ୍ୟପଟେ କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ମେ ୩ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ତେବେ ଆଜି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀଙ୍କ ପୁଅ ନିଖିଲ କୁମାରସ୍ୱାମୀ ବିବାହ କରିବାକୁ ଯାଉଛନ୍ତି | କଂଗ୍ରେସର ପୂର୍ବତନ ମନ୍ତ୍ରୀ ଏମ କ୍ରିଷ୍ଣାପ୍ପାଙ୍କ ନାତୁଣୀ ରେବତୀଙ୍କ ସହ ନିଖିଲଙ୍କ ହାତଗଣ୍ଠି ପଡ଼ିବାକୁ ଯାଉଛି । ରାମନଗର ଜିଲ୍ଲା ସ୍ଥିତ […]

Samaya Live Picture
Published On

ସମୟ ଲାଇଭ,୧୭/୪: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ। ଅନ୍ୟପଟେ କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ମେ ୩ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ତେବେ ଆଜି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀଙ୍କ ପୁଅ ନିଖିଲ କୁମାରସ୍ୱାମୀ ବିବାହ କରିବାକୁ ଯାଉଛନ୍ତି | କଂଗ୍ରେସର ପୂର୍ବତନ ମନ୍ତ୍ରୀ ଏମ କ୍ରିଷ୍ଣାପ୍ପାଙ୍କ ନାତୁଣୀ ରେବତୀଙ୍କ ସହ ନିଖିଲଙ୍କ ହାତଗଣ୍ଠି ପଡ଼ିବାକୁ ଯାଉଛି । ରାମନଗର ଜିଲ୍ଲା ସ୍ଥିତ ଏକ ଫାର୍ମ ହାଉସରେ ବିବାହ ହେବ ବୋଲି ସୂଚନା ମିଳିଛି।ଏପରିକି ଗତକାଲି ଏଚଡି କୁମାରସ୍ୱାମୀଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରେ ବିବାହ ପୂର୍ବର ରୀତିନୀତି ଅନୁଷ୍ଠିତ ହୋଇଥିଲା।
ତେବେ ଲକଡାଉନବେଳେ ଏହି ବିବାହ କାର୍ଯ୍ୟକ୍ରମ ଉପରେ ଏବେ କର୍ଣ୍ଣାଟକ ପ୍ରଶାସନର କଡା ନଜର ରହିବ । ଏଥିରେ ପରିବାରର ଅତି ଘନିଷ୍ଠ ସଦସ୍ୟମାନେ ଯୋଗଦେବେ। ପୂରା ବିବାହର ଭିଡିଓଗ୍ରାଫି ହେବ ବୋଲି ଜଣାପଡିଛି। ଆଉ କେହି ଯଦି ସାମାଜିକ ଦୂରତା ନିୟମ ନ ମାନନ୍ତି ଓ କୋବିଡ-୧୯କୁ ନେଇ ହୋଇଥିବା ଗାଇଡ଼ଲାଇନକୁ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Tags: