ଭ୍ୟାଲେଣ୍ଟିନାଙ୍କ ଜନ୍ମଦିନରେ କେଜରୀୱାଲଙ୍କ ବଡ଼ ଉପହାର

ସମୟ ଲାଇଭ୍‍,୧୧/୨: ଦିଲ୍ଲୀରେ ୭୦ ଆସନ ବିଶିଷ୍ଟ ନିର୍ବାଚନର ଭୋଟ ଗଣତି ଚାଲିଥିବାବେଳେ ଆପ୍‍ ସୁପ୍ରିମୋ ଅରବିନ୍ଦ କେଜରୀୱାଲ ବିଜୟ ଆଡ଼କୁ ପାଦ ବଢ଼ାଇବାରେ ଲାଗିଛନ୍ତି। ତେବେ ନିର୍ବାଚନ ଫଳାଫଳ ବ୍ୟତୀତ ଅରବିନ୍ଦଙ୍କ ପାଇଁ ଆଜିର ଦିନଟି ଖାସ୍‍ ହେବାର ଅନ୍ୟ ଏକ କାରଣ ମଧ୍ୟ ରହିଛି। ବାସ୍ତବରେ ଆଜି ହେଉଛି ପତ୍ନୀ ସୁନୀତାଙ୍କ ଜନ୍ମଦିନ। ଏକଥା ତ ସମସ୍ତଙ୍କୁ ଜଣା ଅରବିନ୍ଦ କେଜରୀଓ୍‍ବାଲ ଓ ସୁନୀତା ପରସ୍ପରକୁ ପ୍ରେମ ବିବାହ କରିଛନ୍ତି। ତେବେ ନିର୍ବାଚନୀ ବିଜୟ […]

Samaya Live Picture
Published On

ସମୟ ଲାଇଭ୍‍,୧୧/୨: ଦିଲ୍ଲୀରେ ୭୦ ଆସନ ବିଶିଷ୍ଟ ନିର୍ବାଚନର ଭୋଟ ଗଣତି ଚାଲିଥିବାବେଳେ ଆପ୍‍ ସୁପ୍ରିମୋ ଅରବିନ୍ଦ କେଜରୀୱାଲ ବିଜୟ ଆଡ଼କୁ ପାଦ ବଢ଼ାଇବାରେ ଲାଗିଛନ୍ତି। ତେବେ ନିର୍ବାଚନ ଫଳାଫଳ ବ୍ୟତୀତ ଅରବିନ୍ଦଙ୍କ ପାଇଁ ଆଜିର ଦିନଟି ଖାସ୍‍ ହେବାର ଅନ୍ୟ ଏକ କାରଣ ମଧ୍ୟ ରହିଛି। ବାସ୍ତବରେ ଆଜି ହେଉଛି ପତ୍ନୀ ସୁନୀତାଙ୍କ ଜନ୍ମଦିନ। ଏକଥା ତ ସମସ୍ତଙ୍କୁ ଜଣା ଅରବିନ୍ଦ କେଜରୀଓ୍‍ବାଲ ଓ ସୁନୀତା ପରସ୍ପରକୁ ପ୍ରେମ ବିବାହ କରିଛନ୍ତି। ତେବେ ନିର୍ବାଚନୀ ବିଜୟ ପତ୍ନୀଙ୍କ ପାଇଁ କେଜରୀୱାଲଙ୍କ ପକ୍ଷରୁ ବଡ଼ ଉପହାର ହେବ ବୋଲି କୁହାଯାଉଛି।
ସେହିପରି କେଜରୀୱାଲଙ୍କ ସଫଳତା ପଛରେ ସୁନୀତା ବଡ଼ ହାତ ରହିଛି ବୋଲି କହିପାରିବା। ବାସ୍ତବରେ ନିର୍ବାଚନୀ ପ୍ରଚାର ସମୟରେ ପତ୍ନୀ ସୁନୀତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଏପରିକି କେଜରୀୱାଲଙ୍କ ଦୁଇ ସନ୍ତାନ ମଧ୍ୟ ପ୍ରଚାରରେ ସାମିଲ ହୋଇଥିଲେ। ସେହିପରି ନାମାଙ୍କନ ପତ୍ର ଦାଖଲ ସମୟରେ ମଧ୍ୟ କେଜରୀୱାଲ ତାଙ୍କ ପରିବାର ସହିତ ପହଞ୍ଚିଥିଲେ।
ଏମିତିକି କେଜରୀୱାଲ ମଧ୍ୟ ଅନେକଥର ପତ୍ନୀ ତାଙ୍କ ସଫଳତାର ଅଂଶବିଶେଷ ବୋଲି କହିସାରିଛନ୍ତି।

ପ୍ରେମ ନିବେଦନ ପାଇଁ ଲାଗିଥିଲା ୪ ମାସ :

ପ୍ରେମ ସପ୍ତାହ ଚାଲିଥିବାବେଳେ କେଜରୀୱାଲଙ୍କ ପ୍ରେମ ଜୀବନକୁ ନେଇ ଅନେକ ତଥ୍ୟ ସାମନାକୁ ଆସିଛି। ଇଣ୍ଡିଆନ ରେଭେନ୍ୟୁ ସର୍ଭିସ୍‍ ପରୀକ୍ଷା ପାସ୍‍ କରିବା ପରେ କେଜରୀୱାଲ ଓ ସୁନୀତା ପରସ୍ପରକୁ ନାଗପୁରସ୍ଥିତ ନ୍ୟାସନାଲ ଏକାଡ଼େମୀ ଅଫ୍‍ ଆଡ଼ମିନିଷ୍ଟ୍ରେସନରେ ପ୍ରଥମଥର ପାଇଁ ପରସ୍ପରଙ୍କର ସାକ୍ଷାତ ହୋଇଥିଲା। କ୍ରମେ ଉଭୟ ଉଭୟଙ୍କର ନିକଟବର୍ତ୍ତୀ ହେବାକୁ ଲାଗିଥିଲେ। ମିଳାମିଶା ବନ୍ଧୁତା ଓ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲେ। ତେବେ କେହି କାହାକୁ ମନର ଖଥା କହିବାକୁ ସାହସ କରିନଥିଲେ। ଦୀର୍ଘ ଚାରିମାସର ସମ୍ପର୍କ ପରେ କେଜରୀୱାଲ ହିଁ ପତ୍ନୀଙ୍କୁ ପ୍ରେମ ନିବେଦନ କରିଥିଲେ।
ପରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହେବା ସହ ପରସ୍ପରଙ୍କ ସହ ସବୁ ପରିସ୍ଥିତିର ସାମନା କରିଛନ୍ତି। ସୁନୀତା କୁହନ୍ତି, ବିରୋଧୀ ଦଳ ପାଇଁ କେଜରୀୱାଲଙ୍କ ଭାବମୂର୍ତ୍ତି ଯାହା ହେଉନା କାହିଁକି ତାଙ୍କ ପାଇଁ ତାଙ୍କ ପତି ରିୟଲ ହିରୋ।

Tags: