ଜ୍ୟୋତିରାଦିତ୍ୟ ସବୁଠାରୁ ଧନୀ ମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାମମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକଙ୍କ ପାଖରେ କେତେ ସମ୍ପତ ରହିଛି, ତାହା ଜାଣିବା ପାଇଁ ସମସ୍ତେ ଇଚ୍ଛା କରନ୍ତି । ଏବଂ ଏହାରି ଭିତରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ ନିଜ ସମ୍ପତିର ତାଲିକା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନିଜର ସମ୍ପତି ତାଲିକା ପ୍ରକାଶ କରିବାପରେ ତାଙ୍କ ସରଳତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ବର୍ଷ ଭିତରେ ମୋଦୀଙ୍କ ସମ୍ପତି ୨୬ ଲକ୍ଷ ଟଙ୍କା ବୃଦ୍ଧି ପାଇଛି । ମୋଦୀଙ୍କ ମୋଟ […]
ନୂଆଦିଲ୍ଲୀ: ପ୍ରଧାମମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକଙ୍କ ପାଖରେ କେତେ ସମ୍ପତ ରହିଛି, ତାହା ଜାଣିବା ପାଇଁ ସମସ୍ତେ ଇଚ୍ଛା କରନ୍ତି । ଏବଂ ଏହାରି ଭିତରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ ନିଜ ସମ୍ପତିର ତାଲିକା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନିଜର ସମ୍ପତି ତାଲିକା ପ୍ରକାଶ କରିବାପରେ ତାଙ୍କ ସରଳତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ବର୍ଷ ଭିତରେ ମୋଦୀଙ୍କ ସମ୍ପତି ୨୬ ଲକ୍ଷ ଟଙ୍କା ବୃଦ୍ଧି ପାଇଛି । ମୋଦୀଙ୍କ ମୋଟ ସମ୍ପତିର ମୂଲ୍ୟ ହେଉଛି ୨ କୋଟି ୨୩ ଲକ୍ଷ ।
ତେବେ ପ୍ରଧାନମନ୍ତ୍ରୀଙ୍କ ସମ୍ପତିରେ କଣ କଣ ରହିଛି ତା ଉପରେ ନଜର ପକାଇନିଅ;ୁ । – ମୋଦୀଙ୍କ ପାଖରେ ନାହିଁ ନିଜସ୍ୱ ଜମି କିମ୍ବା ଘର । -ଗୁଜରାଟରେ ଥିବା ଗୋଟିଏ ଜମିକୁ ଦାନ କରିଛନ୍ତି ମୋଦୀ । – ଯେତିକି ସମ୍ପତ୍ତି ଅଛି, ବ୍ୟାଙ୍କ ଜମା ଆକାରରେ ରହିଛି । – ନଗଦ ୩୫ହଜାର ୨୫୦ ଟଙ୍କା ରହିଛି । – ପ୍ରଧାନମନ୍ତ୍ରୀଙ୍କ ପାଖରେ କୌଣସି ନିଜସ୍ୱ କାର ନାହିଁ । – ୧ ଲକ୍ଷ ୭୩ ହଜାରର ୪ଟି ସୁନା ମୁଦି ରହିଛି ।
ସମ୍ପତି ତାଲିକାର ଶୀର୍ଷରେ ରହିଛନ୍ତି ସିନ୍ଧିଆ ରାଜପରିବାରର ପୁଅ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ତାଙ୍କ ଘରର ମୂଲ୍ୟ ସର୍ବାଧିକ । ଏଥିସହ ଅନ୍ୟ ମନ୍ତ୍ରୀ ମଧ୍ୟ ନିଜ ସମ୍ପତି ତାଲିକାକୁ ପ୍ରାକାଶ କରିଛନ୍ତି । – ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ଧନୀ ମନ୍ତ୍ରୀ ଭାବରେ ପରିଚିତ ଜ୍ୟୋତିରାଦିତ୍ୟ ସିନ୍ଧିଆ । ତାଙ୍କର ସମ୍ପତି ତାଲିକା ଉପରେ ନଜର ପକାଇବା । -ମୋଟ୍ ସମ୍ପତିର ମୂଲ୍ୟ ୩୫ କୋଟି ୬୩ ଲକ୍ଷ ଟଙ୍କାର – ଜ୍ୟୋତିରାଦିତ୍ୟଙ୍କ ଘରର ମୂଲ୍ୟ ୩୧ କୋଟି ୯୭ ଲକ୍ଷ ଟଙ୍କା । – ମୁ୍ୟଚୁଆଲ୍ ଫଣ୍ଡରେ ୩୦ ଲକ୍ଷ ଟଙ୍କାର ନିବେଶ ରହିଛି । – ସିନ୍ଧିଆଙ୍କ ପତ୍ନୀଙ୍କ ପାଖରେ ୭୫ ଲକ୍ଷ ୧୬ ହଜାର ଟଙ୍କା ରହିଛି । – ମୋଟର ଯାନର ମୂଲ୍ୟ ୩ କୋଟି ୬୫ ଲକ୍ଷ ଠିକ ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୋଟ ସମ୍ପତି ହେଉଛି ୨ କୋଟି ୨୮ ଲକ୍ଷ ଟଙ୍କା । – ଗାଜିଆବାଦ ସ୍ଥିତ ଘରର ମୂଲ୍ୟ ୯୧ ଲକ୍ଷ ଟଙ୍କା । – ଅନୁଗୁଳରେ ୨୪ ଲକ୍ଷ ଟଙ୍କାର ଘରବାଡି ୬ ଲକ୍ଷ ଟଙ୍କାର ଚାଷ ଜମି । – ୧୪ ଲକ୍ଷ ଟଙ୍କାର ପିପିଏଫ୍, – ୫୦ ଲକ୍ଷ ଟଙ୍କାର ମ୍ୟୁଚୁଆଲ ପାଣ୍ଠି, -୯୫ ହଜାର ଟଙ୍କାର ମୋଟର ଯାନ – ପତ୍ନୀଙ୍କ ନାଁରେ ୩କୋଟି ୧୫ ଲକ୍ଷ ଟଙ୍କା




