ନିୟମରେ ଟିକେ ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ: ସ୍ୱାସ୍ଥ୍ୟମନ୍ତ୍ରୀ

ସମୟ ଲାଇଭ,୫/୫: ରାଜ୍ୟକୁ ଦିନକୁ ଦିନ ଅଧିକରୁ ଅଧିକ ପ୍ରବାସୀ ଓଡ଼ିଆ ଫେରୁଛନ୍ତି। ଅନ୍ୟପଟେ କେତକ ଅମାନିଆ ପ୍ରବାସୀଙ୍କ ଆଚରଣ ପ୍ରଶାସନକୁ ନାକେଦମ୍‍ କରିବାରେ ଲାଗିଛି। ଏପରିକି କିଛି ବାହାର ରାଜ୍ୟ ଫେରନ୍ତାଙ୍କ ଗତିବିଧି ସାରା ଓଡ଼ିଶାବାସୀଙ୍କ ବିପଦର ଆଶଙ୍କା ବୃଦ୍ଧି କରିବାରେ ଲାଗିଛି। କେହି କେହି କ୍ୱାରେଣ୍ଟାଇନ୍‍ ସେଣ୍ଟର ଖାଦ୍ୟପାନୀୟକୁ ନେଇ ତୁମ୍ବିତୋଫାନ ସୃଷ୍ଟି କରୁଥିବାବେଳେ କେହି କେହି କ୍ୱାରେଣ୍ଟାଇନ୍‍ ସେଣ୍ଟର ଛାଡ଼ି ଚମ୍ପଟ ମାରୁଛି। ସେହିପରି କେହି କେହି ବିନା ପଞ୍ଚୀକରଣରେ ରାଜ୍ୟରେ ପ୍ରବେଶ […]

Samaya Live Picture
Published On

ସମୟ ଲାଇଭ,୫/୫: ରାଜ୍ୟକୁ ଦିନକୁ ଦିନ ଅଧିକରୁ ଅଧିକ ପ୍ରବାସୀ ଓଡ଼ିଆ ଫେରୁଛନ୍ତି। ଅନ୍ୟପଟେ କେତକ ଅମାନିଆ ପ୍ରବାସୀଙ୍କ ଆଚରଣ ପ୍ରଶାସନକୁ ନାକେଦମ୍‍ କରିବାରେ ଲାଗିଛି। ଏପରିକି କିଛି ବାହାର ରାଜ୍ୟ ଫେରନ୍ତାଙ୍କ ଗତିବିଧି ସାରା ଓଡ଼ିଶାବାସୀଙ୍କ ବିପଦର ଆଶଙ୍କା ବୃଦ୍ଧି କରିବାରେ ଲାଗିଛି। କେହି କେହି କ୍ୱାରେଣ୍ଟାଇନ୍‍ ସେଣ୍ଟର ଖାଦ୍ୟପାନୀୟକୁ ନେଇ ତୁମ୍ବିତୋଫାନ ସୃଷ୍ଟି କରୁଥିବାବେଳେ କେହି କେହି କ୍ୱାରେଣ୍ଟାଇନ୍‍ ସେଣ୍ଟର ଛାଡ଼ି ଚମ୍ପଟ ମାରୁଛି। ସେହିପରି କେହି କେହି ବିନା ପଞ୍ଚୀକରଣରେ ରାଜ୍ୟରେ ପ୍ରବେଶ କରି ସାରା ଜିଲ୍ଲାରେ ଅବାଧରେ ବୁଲାବୁଲି କରୁଛନ୍ତି। ତେବେ ଏପରି ସରକାରୀ ନିୟମ ଉଲଂଘନକାରୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କଡ଼ା ଆକଟ କରିଛନ୍ତି।

ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ସମସ୍ତ ସରକାରୀ ନିୟମ ମାନି ପ୍ରବାସୀ ଓଡ଼ିଆମାନେ ରୁହନ୍ତୁ। ନିୟମରେ ଟିକେ ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ରାଜ୍ୟରେ ଅଧିକରୁ ଅଧିକ କୋଭିଡ଼୍‍-୧୯ ପରୀକ୍ଷାକେନ୍ଦ୍ରର ବନ୍ଦୋବସ୍ତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ୮ ଟି ପରୀକ୍ଷା କେନ୍ଦ୍ର ରହିଥିବାବେଳେ ଆଗାମୀ ଦିନରେ ଏହି ସଂଖ୍ୟା ବୃଦ୍ଧି କରାଯିବ।

ସୂଚନା ଥାଉ କି, ଏପରି କିଛି ଅମାନିଆ ପ୍ରବାସୀ ଫେରନ୍ତଙ୍କ ଉଚ୍ଛୃଙ୍ଖଳ କାର୍ଯ୍ୟକଳାପ ପାଇଁ ସରକାରଙ୍କ ପକ୍ଷରୁ ମୁଖ୍ୟ ମୁଖପାତ୍ର,ଡ଼ିଜି,ମୁଖ୍ୟ ସଚିବ ଓ ପରେ ଖୋଦ୍‍ ମୁଖ୍ୟମନ୍ତ୍ରୀ ଚେତାବନୀ ଦେବା ସହ ନିୟମ ଉଲଂଘନ ନକରିବା ପାଇଁ ପରାମର୍ଶ ଦେଇଥିଲେ।

Tags: