ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ, ଏମିତି କଟିଛି ଜୀବନର ୭୪ ବର୍ଷ

ସମୟ ଲାଇଭ୍‍,୧୬/୧୦: ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ। ୭୪ ବର୍ଷରେ ପାଦ ଦେଇଛନ୍ତି ନବୀନ। ତେବେ ଜନ୍ମଦିନରେ ନବୀନ ନିବାସ ନଆସି ଆନାଥଶ୍ରମ ଏବଂ ଭିନ୍ନକ୍ଷମ ପିଲାଙ୍କ ପାଇଁ କାମ କରିବାକୁ ଶୁଭେଚ୍ଛୁଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ତେବେ ଚଳିତ ବର୍ଷ ଫନି ବାତ୍ୟା ରାଜ୍ୟର ବିପୁଳ କ୍ଷତି କରିଛି। ଏହି ପରିପ୍ରେକ୍ଷୀରେ ଜନ୍ମଦିନ ପାଳନ ନ କରିବାକୁ ନିଷ୍ପିତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡିଶାବାସୀ ହେଉଛନ୍ତି ମୋର ପରିବାର। ଓଡିଶାବାସୀଙ୍କ ସ୍ନେହ ଓ ଭଲ […]

Samaya Live Picture
Published On

ସମୟ ଲାଇଭ୍‍,୧୬/୧୦: ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ। ୭୪ ବର୍ଷରେ ପାଦ ଦେଇଛନ୍ତି ନବୀନ। ତେବେ ଜନ୍ମଦିନରେ ନବୀନ ନିବାସ ନଆସି ଆନାଥଶ୍ରମ ଏବଂ ଭିନ୍ନକ୍ଷମ ପିଲାଙ୍କ ପାଇଁ କାମ କରିବାକୁ ଶୁଭେଚ୍ଛୁଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ତେବେ ଚଳିତ ବର୍ଷ ଫନି ବାତ୍ୟା ରାଜ୍ୟର ବିପୁଳ କ୍ଷତି କରିଛି। ଏହି ପରିପ୍ରେକ୍ଷୀରେ ଜନ୍ମଦିନ ପାଳନ ନ କରିବାକୁ ନିଷ୍ପିତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡିଶାବାସୀ ହେଉଛନ୍ତି ମୋର ପରିବାର। ଓଡିଶାବାସୀଙ୍କ ସ୍ନେହ ଓ ଭଲ ପାଇବା ମୋତେ ଋଣୀ କରିଛି। ଆପଣମାନଙ୍କ ଆର୍ଶୀବାଦ ହିଁ ମୋର ସବୁ ଛାରୁ ବଡ ପ୍ରେରଣା ବୋଲି ନବୀନ କହିଛନ୍ତି। ସେହିପରି ବିଜେଡି ପକ୍ଷରୁ ୧୦ହଜାର ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ୟ୍ୟ ହୋଇଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସାନପୁଅ ହେଉଛନ୍ତି ନବୀନ ପଟ୍ଟନାୟକ। ଓଡିଶା ରାଜନୀତିରେ ସେ ସୃଷ୍ଟି କରିଛନ୍ତି ଏକ ନୂଆ ଇତିହାସ। ବର୍ଷେ ନୁହେଁ କି ଦୁଇ ବର୍ଷ ନିହେଁ ଦୀର୍ଘ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଚାରି କୋଟି ଓଡିଆଙ୍କ ପ୍ରିୟ ମଣିଷ ହୋଇପାରିଛନ୍ତି ସେ। ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇ ରାଜ୍ୟ ରାଜନୀତିର ପ୍ରବେଶ ଠାରୁ ସମସ୍ତ ରେକର୍ଡକୁ ଭଙ୍ଗ କରିଛନ୍ତି ସେ। ୧୯୯୭ରେ ଆସ୍କା ନିବାଚନ ଲଢି ସାଂସଦ ଭାବେ କ୍ୟାରିୟର ଆରମ୍ଭ କରିଥିଲେ ନବୀନ। ଦୀର୍ଘ ୨୨ ବର୍ଷ ଧରି ତାଙ୍କ ହାତରେ ରହିଛି ଶାସନର ଡୋରି। କେବଳ ରାଜ୍ୟସ୍ତରରେ ରେକର୍ଡ ନୁହେଁ ଏକ ଆଚଂଳିକ ଦଳର ନେତା ହୋଇ ମଧ୍ୟ ଜାତୀୟ ରାଜନୀତିରେ ବେଶ ଦବଦବା ଜାରି ରଖିବାକୁ ମଧ୍ୟ ସକ୍ଷମ ହୋଇଛନ୍ତି।

୨୦୦୦ରୁ ୨୦୧୯ ଲଗାତାର ପାଞ୍ଚଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସେ। ଓଡିଶାର ଏହି ଅପ୍ରତିଦ୍ୱନ୍ଦୀ ରାଜନେତା ଜାତୀୟ ରାଜନୀତି ପାଇଁ ପାଲଟି ଯାଇଛନ୍ତି ଚର୍ଚ୍ଚିତ ଚେହେରା। ମାଷ୍ଟର କ୍ଲିନରୁ ମାଷ୍ଟର ବ୍ଲାଷ୍ଟର। କେତେବେଳେ ନିଜର ନିର୍ମଳ ଭାବ ମୂର୍ତ୍ତି ପାଇଁ ତ କେତେବେଳେ ରାଜନୀତି ଗଣିତରେ ମାଷ୍ଟର ଷ୍ଟ୍ରୋକ ମାରି ଚର୍ଚାରେ ରହିଛନ୍ତି। ଗରିବଙ୍କ ପାଇଁ ଜନକଲ୍ୟାଣ ଯୋଜନା ହେଉ କି ରାଜ୍ୟର ଅର୍ଥନୀତି ଓ ସାମାଜିକ ବ୍ୟବସ୍ଥାକୁ ସଂଘଠିତ ଓ ସୃଦୃଢ କରିବାକୁ ପ୍ରୟାସ କରିଛନ୍ତି ନବୀନ। ଦାରିଦ୍ର୍ୟ ଦୂରୀକରଣ, ୯ଟି ନୂଆ ସରକାରୀ ମେଡିକାଲ କଲେଜ, ଶିଶୁ ମୃତ୍ୟୁ ହାର ଜାତୀୟ ସ୍ତର ଠାରୁ କମାଇବା, ସ୍ୱତନ୍ତ୍ର ଆଦିବାସୀ କାଉନସିଲ ଗଠନ, ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଓ ଅନ୍ତଜାର୍ତିକ ଖେଳ ପ୍ରତିଯୋଗିତା ସହିତ ଶିଳ୍ପାୟନର ଅଭିବୃଦ୍ଧି ପାଇଁ ମେକଅନ ଓଡିଶାର ଆୟୋଜନ କରି ଓଡିଶାର ଭାବମୂର୍ତିକୁ ଶୀର୍ଷ ସ୍ଥାନରେ ପହଂଚାଇ ପାରିଛନ୍ତି। ୨୨ ବର୍ଷର ଶାସନ କାଳରେ ନବୀନ କେତେବେଳେ ଜନତାଙ୍କ ଠାରୁ ପ୍ରଶଂସା ପାଇଛନ୍ତି ତ କେତେବେଳେ ବିରୋଧୀଙ୍କ ସମାଲୋଚନାର ଶୀକାର ମଧ୍ୟ ହୋଇଛନ୍ତି। ତଥାପି ତାଙ୍କ ମୁଣ୍ଡରୁ ଓହ୍ଲାଇନାହିଁ ବିଜୟର ମୁକୁଟ। ବିଜେପି ସହ ରାଜ୍ୟରେ ମେଣ୍ଟ ଭାଙ୍ଗି ଥିଲେ ବି ନବୀନ କେନ୍ଦ୍ର ସହ ସହଯୋଗ କରିଛନ୍ତି।

Tags: