ରାହୁଲଙ୍କ ବୟାନକୁ ନେଇ ଗୃହରେ ହଟ୍ଟଗୋଳ

ସମୟ ଲାଇଭ୍‍,୭/୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ ‘ଯୁବା ପିଏମ୍‍ କୋ ଡ଼ଣ୍ଡା ମାରେଙ୍ଗେ’କୁ ନେଇ ସଂସଦରେ ତୁମ୍ବିତୋଫାନ ସୃଷ୍ଟି ହୋଇଛି। ରାହୁଲଙ୍କ ବୟାନକୁ ନେଇ ସଂସଦରେ ଉଭୟେ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଘଟଣାକ୍ରମେ ସଂସଦରେ ରାହୁଲ ଗାନ୍ଧୀ ଏକ ପ୍ରଶ୍ନର ଉତ୍ତର ରଖିବା ପାଇଁ ଶାସକ ଦଳକୁ ଲିଖିତ ଆକାରରେ ଜଣାଇଥିଲେ। ତେବେ ଏହାର ଉତ୍ତର ରଖିବା ପରିବର୍ତ୍ତେ କେନ୍ଦ୍ରମନ୍ତ୍ରୀ କହିଥିଲେ ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀଙ୍କ ଉପରେ ଏପରି […]

Samaya Live Picture
Published On

ସମୟ ଲାଇଭ୍‍,୭/୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ ‘ଯୁବା ପିଏମ୍‍ କୋ ଡ଼ଣ୍ଡା ମାରେଙ୍ଗେ’କୁ ନେଇ ସଂସଦରେ ତୁମ୍ବିତୋଫାନ ସୃଷ୍ଟି ହୋଇଛି। ରାହୁଲଙ୍କ ବୟାନକୁ ନେଇ ସଂସଦରେ ଉଭୟେ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଘଟଣାକ୍ରମେ ସଂସଦରେ ରାହୁଲ ଗାନ୍ଧୀ ଏକ ପ୍ରଶ୍ନର ଉତ୍ତର ରଖିବା ପାଇଁ ଶାସକ ଦଳକୁ ଲିଖିତ ଆକାରରେ ଜଣାଇଥିଲେ। ତେବେ ଏହାର ଉତ୍ତର ରଖିବା ପରିବର୍ତ୍ତେ କେନ୍ଦ୍ରମନ୍ତ୍ରୀ କହିଥିଲେ ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀଙ୍କ ଉପରେ ଏପରି ଟିପ୍ପଣୀକୁ ନିନ୍ଦା କରୁଥିବା କହିଥିଲେ। ତେବେ ବିରୋଧୀ ଦଳର ପ୍ରଶ୍ନର ଉତ୍ତର ନରଖିଥିବାରୁ କଂଗ୍ରେସ ନେତା ହଙ୍ଗାମା ଆରମ୍ଭ କରିଦେଇଥିଲେ। ଅନ୍ୟପଟେ ହର୍ଷବର୍ଦ୍ଧନଙ୍କ ସମର୍ଥନରେ ବିଜେପି ନେତା ନାରାବାଜି କରିବା ଆରମ୍ଭ କରିଦେଇଥିଲେ। ଅନ୍ୟପଟେ ଗୃହରେ ହଟ୍ଟଗୋଳ ବଢ଼ିବାରୁ ଦିନ ୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଛି।

Tags: