ବିହାରରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ,୪୫,୩୪୧ ମତଦାନ କେନ୍ଦ୍ର
ବିହାର : ଭୋଟ ଦେଉଛି ବିହାର । ନେତା ବାଛୁଛନ୍ତି ଜନତା । ମୈଦାନରେ ଅନେକ ହେଭିୱେଟ । ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି । ୧୮ଟି ଜିଲାରେ ୧୨୧ଟି ଆସନରେ ଭୋଟ ଗ୍ରହଣ କରାଯାଉଛି । ୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର । ଆଜି ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ମତଦାନ ପାଇଁ ୪୫,୩୪୧ମତଦାନ କେନ୍ଦ୍ର […]
ବିହାର : ଭୋଟ ଦେଉଛି ବିହାର । ନେତା ବାଛୁଛନ୍ତି ଜନତା । ମୈଦାନରେ ଅନେକ ହେଭିୱେଟ । ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି । ୧୮ଟି ଜିଲାରେ ୧୨୧ଟି ଆସନରେ ଭୋଟ ଗ୍ରହଣ କରାଯାଉଛି । ୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର । ଆଜି ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ମତଦାନ ପାଇଁ ୪୫,୩୪୧ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ସୁରକ୍ଷା ପାଇଁ ୫୦୦ରୁ ଅଧିକ କମ୍ପାନୀ CAPF ଫୋର୍ସ, ଡ୍ରୋନ୍ ଏବଂ କ୍ବିକ୍ ରିଆକ୍ସନ ଟିମ୍ ମୁତୟନ ହୋଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ପାଟନା, ନାଳନ୍ଦା, ମୁଜାଫରପୁର, ଭାଗଲପୁର ଏବଂ ଲକ୍ଷ୍ମୀସରାଇ ସମେତ ୧୮ଟି ଜିଲ୍ଲାର ୧୨୧ ଟି ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହେଉଛି । NDA ଓ ମହାଗଠବନ୍ଧନ ମଧ୍ୟରେ ହେଉଛି ମହାଟକ୍କର । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୦ଟି ହଟ୍ ସିଟ୍ ରହିଛି ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନାଙ୍କ ସମେତ ୧୮ଜଣ ମନ୍ତ୍ରୀଙ୍କ ଭାଗ୍ୟ ବାଜିରେ ଲାଗିଛି । ଆଜିର ପ୍ରଥମ ପର୍ଯ୍ୟାୟ ଭୋଟ୍ ତେଜସ୍ୱୀ ଯାଦବ, ମୈଥିଲି ଠାକୁର, ଖେସାରୀ ଲାଲ ଯାଦବ, ତେଜ ପ୍ରତାପ ଯାଦବ, ଅନନ୍ତ ସିଂହ, ରିତେଶ ପାଣ୍ଡେ, ମହମ୍ମଦ ଶାହାବୁଦ୍ଦିନଙ୍କ ପୁଅ ଓସାମା ଶାହାବଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତିଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ଜନତା ।




