ମହାରାଷ୍ଟ୍ରରେ ଫଡନବିଶ ମୁଖ୍ୟମନ୍ତ୍ରୀ ହେବା ଉଚିତ : ନିତିନ ଗଡକରୀ

ସମୟ ଲାଇଭ,୮/୧୧: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ନିର୍ବାଚନୀ ଫଳ ବାହାରିବାର ଦୀର୍ଘ ୨୦ ଦିନ ବିତିଯାଇଥିଲେ ବି ଆଜି ଯାଏ ସରକାର ଗଠନ ହୋଇପାରିନି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ଶିବସେନା ଓ ବିଜେପି ମଧ୍ୟରେ ଅଙ୍କ ଛିଡୁନଥିବାବେଳେ ଆଜି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ମତ ରାଜନୀତିରେ ରୋଚକ ମୋଡ ଆଣିଛି। ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧିନ ସରକାର ହେବା ସହ ଦେବେନ୍ଦ୍ର ଫଡନବିଶ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି କହିଛନ୍ତି ନିତିନ ଗଡକରୀ। ସେ କହିଛନ୍ତି ଶିବସେନା […]

Samaya Live Picture
Published On

ସମୟ ଲାଇଭ,୮/୧୧: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ନିର୍ବାଚନୀ ଫଳ ବାହାରିବାର ଦୀର୍ଘ ୨୦ ଦିନ ବିତିଯାଇଥିଲେ ବି ଆଜି ଯାଏ ସରକାର ଗଠନ ହୋଇପାରିନି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ଶିବସେନା ଓ ବିଜେପି ମଧ୍ୟରେ ଅଙ୍କ ଛିଡୁନଥିବାବେଳେ ଆଜି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ମତ ରାଜନୀତିରେ ରୋଚକ ମୋଡ ଆଣିଛି। ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧିନ ସରକାର ହେବା ସହ ଦେବେନ୍ଦ୍ର ଫଡନବିଶ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି କହିଛନ୍ତି ନିତିନ ଗଡକରୀ। ସେ କହିଛନ୍ତି ଶିବସେନା ସହ ଅଲୋଚନା ଚାଲିଛି ଓ ଖୁବଶୀଘ୍ର ଶିବସେନା ସମର୍ଥନରେ ସରକାର ଗଠନ ହେବ। ତେବେ ମହାରାଷ୍ଟ୍ର ରାଜନୀତିକୁ ଫେରିବା ନେଇ ପ୍ରଶ୍ନରେ ଗଡକରୀ ମନା କରିଦେଇଛନ୍ତି।

Tags: