ସରିଲା ମତଦାନ, ଚମକାଇଦେଲା ଏକଜିଟ ପୋଲ ରେଜଲ୍ଟ

ମହାରାଷ୍ଟ୍ର ଓ ଝାରଖଣ୍ଡର ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଶେଷ ହୋଇଛି। ଭୋଟ ଶେଷ ହେବା ମାତ୍ରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲ ରେଜଲ୍ଟ ମଧ୍ୟ ସାମ୍ନାକୁ ଆସିଛି। ବିଭିନ୍ନ ଏକଜିଟ ପୋଲର ଆକଳନ କହୁଛି ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତି ପୁଣି ସରକାର ଗଠନ କରିବ। ଏଯାଏ ୮ଟି ସଂସ୍ଥା ସେମାନଙ୍କର ଏକଜିଟ ପୋଲ ରେଜଲ୍ଟ ପ୍ରକାଶ କରିଛନ୍ତି। ଏହା ମଧ୍ୟରୁ ୩ଟି ସଂସ୍ଥାର କହିବା କଥା ଯେ ମହାରାଷ୍ଟ୍ରରେ ଝୁଲା […]

Samaya Live Picture
Published On

ମହାରାଷ୍ଟ୍ର ଓ ଝାରଖଣ୍ଡର ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଶେଷ ହୋଇଛି। ଭୋଟ ଶେଷ ହେବା ମାତ୍ରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲ ରେଜଲ୍ଟ ମଧ୍ୟ ସାମ୍ନାକୁ ଆସିଛି।

ବିଭିନ୍ନ ଏକଜିଟ ପୋଲର ଆକଳନ କହୁଛି ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତି ପୁଣି ସରକାର ଗଠନ କରିବ। ଏଯାଏ ୮ଟି ସଂସ୍ଥା ସେମାନଙ୍କର ଏକଜିଟ ପୋଲ ରେଜଲ୍ଟ ପ୍ରକାଶ କରିଛନ୍ତି। ଏହା ମଧ୍ୟରୁ ୩ଟି ସଂସ୍ଥାର କହିବା କଥା ଯେ ମହାରାଷ୍ଟ୍ରରେ ଝୁଲା ବିଧାନସଭା ହୋଇପାରେ।

ଏପରି ସ୍ଥିତିରେ ସ୍ୱାଧୀନ କିମ୍ବା ଛୋଟ ଛୋଟ ଦଳର ବିଧାୟକମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ୩ ସଂସ୍ଥା ଝୁଲା ବିଧାନସଭା କଥା କହିଥିଲେ ହେଁ ବିଜେପି ମେଣ୍ଟର ପଲ୍ଲା ଭାରି ରହିବ ବୋଲି ମଧ୍ୟ କହିଛନ୍ତି।

Tags: