କ୍ରିକେଟ ଓ ରାଜନୀତିରେ ସବୁକିଛି ଓଲଟପାଲଟ ହେଇପାରେ : ନୀତିନ ଗଡକରୀ

ସମୟ ଲାଇଭ,୧୫/୧୧:ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଦୀର୍ଘଦିନ ଧରି ମହାରାଷ୍ଟ୍ରରେ କିଏ ସରକାର କରିବ ସେ ନେଇ କଳ୍ପନା ଜଳ୍ପନା ଲାଗିରହିଛି। ଆଉ ଆଜି ଏହି ଘଟଣାରେ ନୂଆ ଟ୍ୱିଷ୍ଟ୍‍ ଲଗେଇଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ଏକ ରୋଚକ ମନ୍ତବ୍ୟ ଦେଇ ଗହକାରୀ ଏବେ ଚର୍ଚ୍ଚାରେ। କ୍ରିକେଟ ଓ ରାଜନୀତିରେ ସବୁକିଛି ସମ୍ଭବ ଓ କେତେବେଳେ ବି ବାଜି ଓଲଟିଯାଇପାରେ ବୋଲି କହିଛନ୍ତି ଗଡକରୀ। ମ୍ୟାଚର ମାତ୍ର କିଛି କ୍ଷଣ […]

Samaya Live Picture
Published On

ସମୟ ଲାଇଭ,୧୫/୧୧:ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଦୀର୍ଘଦିନ ଧରି ମହାରାଷ୍ଟ୍ରରେ କିଏ ସରକାର କରିବ ସେ ନେଇ କଳ୍ପନା ଜଳ୍ପନା ଲାଗିରହିଛି। ଆଉ ଆଜି ଏହି ଘଟଣାରେ ନୂଆ ଟ୍ୱିଷ୍ଟ୍‍ ଲଗେଇଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ଏକ ରୋଚକ ମନ୍ତବ୍ୟ ଦେଇ ଗହକାରୀ ଏବେ ଚର୍ଚ୍ଚାରେ। କ୍ରିକେଟ ଓ ରାଜନୀତିରେ ସବୁକିଛି ସମ୍ଭବ ଓ କେତେବେଳେ ବି ବାଜି ଓଲଟିଯାଇପାରେ ବୋଲି କହିଛନ୍ତି ଗଡକରୀ। ମ୍ୟାଚର ମାତ୍ର କିଛି କ୍ଷଣ ପୂର୍ବରୁ ଯେପରି ବାଜି ଓଲଟିଯାଇପାରେ ଠିକ୍‍ ସେମିତି ରାଜନୀତିରେ ବି ସରକାର କରିବାର କିଛି ସମୟ ପୂର୍ବରୁ ସବୁକିଛି ଓଳଟପାଲଟ ହେଇପାରେ। ଅନ୍ୟପକ୍ଷେ ବିଜେପିର ସହାୟତା ବିନା ଯଦି ମହାରାଷ୍ଟରେ ସରକାର ହୁଏ ତେବେ ମୁମ୍ବାଇରେ ଆରମ୍ଭ ହୋଇଥିବା ଯୋଜୋନା ଗୁଡିକ କଣ ହେବ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗଡକରୀ କହିଛନ୍ତି ସରକାର ଯିଏବି ଗଢୁ କିନ୍ତୁ କାର୍ଯ୍ୟକ୍ରମ ସବୁ ସକାରାତ୍ମକ ରହିବ।

Tags: