୨୭ରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ସମୟ ଲାଇଭ,୨୩ା୪: କରୋନାକୁ ନେଇ ସମଗ୍ର ଦେଶରେ ଲକ୍‌ଡାଉନ୍‌ ହୋଇରହିଛି। ମେ ୩ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରାଯାଇଥିବାବେଳେ ଅନେକ ନିୟମ କୁ କୋହଳ କରାଯାଇଛି | ତେବେ ଆସନ୍ତା ୨୭ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ମେ’ ୩ ପରେ ଲକଡାଉନ ବୃଦ୍ଧି , କୋହଳ, କେଉଁ ଅଞ୍ଚଳରେ କ’ଣ ଲାଗୁ ହେବ ସେନେଇ ବିସ୍ତୃତ୍ବ ଭାବେ ଆଲୋଚନା ହେବାର ସମ୍ଭାବନା […]

Samaya Live Picture
Published On

ସମୟ ଲାଇଭ,୨୩ା୪: କରୋନାକୁ ନେଇ ସମଗ୍ର ଦେଶରେ ଲକ୍‌ଡାଉନ୍‌ ହୋଇରହିଛି। ମେ ୩ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରାଯାଇଥିବାବେଳେ ଅନେକ ନିୟମ କୁ କୋହଳ କରାଯାଇଛି | ତେବେ ଆସନ୍ତା ୨୭ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ମେ’ ୩ ପରେ ଲକଡାଉନ ବୃଦ୍ଧି , କୋହଳ, କେଉଁ ଅଞ୍ଚଳରେ କ’ଣ ଲାଗୁ ହେବ ସେନେଇ ବିସ୍ତୃତ୍ବ ଭାବେ ଆଲୋଚନା ହେବାର ସମ୍ଭାବନା ରହିଛି। ସେହିପରି ବିଭିନ୍ନ ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା କରାଯିବ। ତେବେ ଲକ୍‌ଡାଉନ୍‌ ଶେଷ ହେବାର କିଛି ଦିନ ପୂର୍ବରୁ ଏହି ଭିଡିଓ ଆଲୋଚନା ହେଉଥିବାରୁଏହି ବହୁ ଗୁରୁତ୍ବ ବହନ କରୁଛି। ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀମାନଙ୍କର ଏହା ପ୍ରଥମ ବୈଠକ ।
ସୂଚନା ଥାଉକି, ସମଗ୍ର ଦେଶରେ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଏପ୍ରିଲ ୧୪ରେ ସରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଚାଲିଛି। ମେ’ ୩ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସରିବ।

Tags: