‘ଭୋଟ୍‍ କେଉଁଠି ବି ଦିଅନ୍ତୁ, ଜିତିବ ପଦ୍ମ’

ସମୟ ଲାଇଭ୍‍,୨୩/୧୦: ‘ଭୋଟ୍‍ କେଉଁଠି ବି ଦିଅନ୍ତୁ , ପଦ୍ମ ହିଁ ଜିତିବ’ ହରିୟାଣାର ଜଣେ ବିଜେପି ପ୍ରାର୍ଥୀ ଏପରି ଅଜବ ଦାବି କରିଛନ୍ତି। ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ବିଜେପି ପ୍ରାର୍ଥୀ ବକ୍ସିସ୍‍ ସିଂ ଭୋଟରଙ୍କୁ ଧମକ ଦେଉଥିବାର ଏଥିରେ ଦେଖାଯାଉଛି। ସେ କହୁଛନ୍ତି ଭୋଟର ଯାହାକୁ ବି ଭୋଟ ଦିଅନ୍ତୁ ତାହା ତାଙ୍କୁ ଜଣାପଡ଼ିଯିବ। ଏପରିକି ମୋହର କେବଳ ପଦ୍ମରେ ହିଁ ବାଜିବ। ତେବେ ପ୍ରାର୍ଥୀଙ୍କ ଏପରି ମନ୍ତବ୍ୟ ପରୋକ୍ଷରେ […]

Samaya Live Picture
Published On

ସମୟ ଲାଇଭ୍‍,୨୩/୧୦: ‘ଭୋଟ୍‍ କେଉଁଠି ବି ଦିଅନ୍ତୁ , ପଦ୍ମ ହିଁ ଜିତିବ’ ହରିୟାଣାର ଜଣେ ବିଜେପି ପ୍ରାର୍ଥୀ ଏପରି ଅଜବ ଦାବି କରିଛନ୍ତି। ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ବିଜେପି ପ୍ରାର୍ଥୀ ବକ୍ସିସ୍‍ ସିଂ ଭୋଟରଙ୍କୁ ଧମକ ଦେଉଥିବାର ଏଥିରେ ଦେଖାଯାଉଛି। ସେ କହୁଛନ୍ତି ଭୋଟର ଯାହାକୁ ବି ଭୋଟ ଦିଅନ୍ତୁ ତାହା ତାଙ୍କୁ ଜଣାପଡ଼ିଯିବ। ଏପରିକି ମୋହର କେବଳ ପଦ୍ମରେ ହିଁ ବାଜିବ। ତେବେ ପ୍ରାର୍ଥୀଙ୍କ ଏପରି ମନ୍ତବ୍ୟ ପରୋକ୍ଷରେ ଦଳର ହିଁ ନିନ୍ଦା କରିଛି।

Tags: