ଛବିରାଣୀ ହତ୍ୟାକାଣ୍ଡର ପୁନରାବୃତ୍ତି ହୋଇଛି: ଲେଖାଶ୍ରୀ

ସମୟ ଲାଇଭ୍‍, ୧୯/୧୦: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‍ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତର ଭିଏଲଡ଼ବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଭାରତୀୟ ଜନତା ପାର୍ଟି କ୍ଷୋଭ ପ୍ରକାଶ କରିବା ସହ ସିବିଆଇ ତଦନ୍ତ ଦାବି କରିଛି। ବିଜେପି ଦ୍ୱାରା ଆୟୋଜିତ ପ୍ରେସମିଟରେ ଡ଼ଃ ଲେଖାଶ୍ରୀ ସାମନ୍ତ ସିଂହାର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡର ଦିତୀୟ ଭାଗ ବୋଲି ସେ କହିଛନ୍ତି। ଦୁଇଜଣ ବିଜେଡି ସମିତି ସଭ୍ୟ,ଜଣେ ବିଜେଡି ଜିଲ୍ଲା […]

Samaya Live Picture
Published On


ସମୟ ଲାଇଭ୍‍, ୧୯/୧୦: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‍ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତର ଭିଏଲଡ଼ବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଭାରତୀୟ ଜନତା ପାର୍ଟି କ୍ଷୋଭ ପ୍ରକାଶ କରିବା ସହ ସିବିଆଇ ତଦନ୍ତ ଦାବି କରିଛି। ବିଜେପି ଦ୍ୱାରା ଆୟୋଜିତ ପ୍ରେସମିଟରେ ଡ଼ଃ ଲେଖାଶ୍ରୀ ସାମନ୍ତ ସିଂହାର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡର ଦିତୀୟ ଭାଗ ବୋଲି ସେ କହିଛନ୍ତି। ଦୁଇଜଣ ବିଜେଡି ସମିତି ସଭ୍ୟ,ଜଣେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଏବଂ ରାମକୋ ସିମେଣ୍ଟର ଉଚ ପଦସ୍ତ ଅଧିକାରୀଙ୍କ ସମେତ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ସ୍ମିତାରାଣୀଙ୍କ ହତ୍ୟା ପୂର୍ବରୁ ଗଣଦୁ୍‍ଷ୍କର୍ମ କରିଥିବା ଡ଼ଃ ସାମନ୍ତ ସିଂହାର ଅଭିଯୋଗ କରିଛନ୍ତି।
ଅଭିଯୁକ୍ତଙ୍କୁ ଖସାଇଦେବା ସହ ପ୍ରମାଣ ନଷ୍ଟ କରିବାକୁ ପୋଲିସ୍‍ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି।
ସୂଚନା ଥାଉ କି, ଏହି ପ୍ରେସମିଟ୍‍ରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଅମର ନାୟକ, ବିଶ୍ୱରଞ୍ଜନ ମଲିକ, ଯାଜପୁର ବିଜେପି ସାଂସଦ ପ୍ରାର୍ଥୀ ଅମୀୟ କୁମାର ମଲିକ, ଯାଜପୁର ଜିଲ୍ଳା ସଭାପତି ଗୈାତମ ରାୟ ଏବଂ ପବିତ୍ର ମୋହନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Tags: