ବିଜେପିର ମଙ୍ଗ ଧରିଲେ ନଡ୍ଡା

ସମୟ ଲାଇଭ୍‍, ୨୦/୧: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜଗତ ପ୍ରକାଶ ନଡ୍ଡା ଅପ୍ରତିଦ୍ୱନ୍ଦି ଭାବେ ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ବିଜେପି ସଙ୍ଗଠନାତ୍ମକ ନିର୍ବାଚନ ପ୍ରଭାରୀ ରାଧାମୋହନ ସିଂହ ସୂଚନା ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ନଡ୍ଡା କାର୍ଯ୍ୟକାରୀ ଅଧ୍ୟକ୍ଷ ଭାେ ବ କାର୍ଯ୍ୟକାରୀ ଥିଲେ। ନାମାଙ୍କନ ପ୍ରକ୍ରିୟା ପରେ ନଡ୍ଡା ଏକମାତ୍ର ଯୋଗ୍ୟ ପ୍ରାର୍ଥୀ ବିବେଚିତ ହେବା ପରେ ସେ ଅଧ୍ୟକ୍ଷ ଭାବେ ଦଳର ମଙ୍ଗ ଧରିଛନ୍ତି। ୧୯୭୫ […]

Samaya Live Picture
Published On

ସମୟ ଲାଇଭ୍‍, ୨୦/୧: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜଗତ ପ୍ରକାଶ ନଡ୍ଡା ଅପ୍ରତିଦ୍ୱନ୍ଦି ଭାବେ ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ବିଜେପି ସଙ୍ଗଠନାତ୍ମକ ନିର୍ବାଚନ ପ୍ରଭାରୀ ରାଧାମୋହନ ସିଂହ ସୂଚନା ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ନଡ୍ଡା କାର୍ଯ୍ୟକାରୀ ଅଧ୍ୟକ୍ଷ ଭାେ ବ କାର୍ଯ୍ୟକାରୀ ଥିଲେ। ନାମାଙ୍କନ ପ୍ରକ୍ରିୟା ପରେ ନଡ୍ଡା ଏକମାତ୍ର ଯୋଗ୍ୟ ପ୍ରାର୍ଥୀ ବିବେଚିତ ହେବା ପରେ ସେ ଅଧ୍ୟକ୍ଷ ଭାବେ ଦଳର ମଙ୍ଗ ଧରିଛନ୍ତି।
୧୯୭୫ ମସିହା ଆନ୍ଦୋଳନ ସମୟରୁ ରାଜନୀତି କ୍ଷେତ୍ରରେ ପାଦ ରଖିଥିବା ନଡ୍ଡା
୧୯୭୭ରେ କଲେଜର ଛାତ୍ର ସଂସଦ ନିର୍ବାଚନ ଲଢ଼ି ବିଜୟ ଲାଭ କରିବା ପରେ ପାଟନା ବିଶ୍ୱବିଦ୍ୟାଳୟର ସଚିବ ହୋଇଥିଲେ। ୧୯୯୮ରୁ ୨୦୦୭ ମଧ୍ୟରେ ପୁଣିଥରେ ନିର୍ବାଚନ ସେ କ୍ୟାବିନେଟରେ ସ୍ଥାନ ହାସଲ କରିଥିଲେ।
୨୦୧୨ରେ ସେ ହିମାଚଳ ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।
ତେବେ ବିଜେପି ଅଧ୍ୟକ୍ଷ ଚୟନ ହେବାବପରେ ବିଜେପିର ପ୍ରମୁଖ ରାଜନେତା ନଡ୍ଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Tags: