ବିଜେଡି ସୁପ୍ରିମୋ ପୁଣି ଖେଳିଲେ ମହିଳାକାର୍ଡ

ସମୟ ଲାଇଭ,୭/୩: ବିଜେଡି ସୁପ୍ରିମୋ ପୁଣି ମୟୂରଭଞ୍ଜ ପାଇଁ ଖେଳିଲେ ମହିଳାକାର୍ଡ। ଗୋଟିଏ ଗୁଳିରେ କଲେ ତିନୋଟି ଶିକାର। ତେବେ ଏଘୋଷଣା ଦ୍ଵାରା ପଛୁଆବର୍ଗ ଏବଂ ମହିଳାଙ୍କୁ ସନ୍ତୁଷ୍ଟ କରିବା ସହିତ ଜିଲ୍ଲାର କୁଡୁମିମହାନ୍ତ ସମ୍ପ୍ରଦାୟ ବିଜେଡି ଠାରୁ ଦୂରତା ବଢ଼ାଉଥିବା ବେଳେ ପୁଣି ବିଜେଡି ସହ ଯୋଡିବାରେ ସଫଳ ହୋଇଛନ୍ତି ବୋଲି କୁହାଯାଇ ପାରିବ। ଫଳରେ ରାଜନୈତିକ ଦୃଷ୍ଟିକୋଣରୁ ବାଛିଲେ ପଛୁଆ ବର୍ଗର ମହିଳା ପ୍ରାର୍ଥୀ। ଆଉ ରାଜ୍ୟସଭା ସାଂସଦ ପାଇଁ ମୟୂରଭଞ୍ଜରୁ ମମତା ମହାନ୍ତଙ୍କୁ […]

Samaya Live Picture
Published On

ସମୟ ଲାଇଭ,୭/୩: ବିଜେଡି ସୁପ୍ରିମୋ ପୁଣି ମୟୂରଭଞ୍ଜ ପାଇଁ ଖେଳିଲେ ମହିଳାକାର୍ଡ। ଗୋଟିଏ ଗୁଳିରେ କଲେ ତିନୋଟି ଶିକାର। ତେବେ ଏଘୋଷଣା ଦ୍ଵାରା ପଛୁଆବର୍ଗ ଏବଂ ମହିଳାଙ୍କୁ ସନ୍ତୁଷ୍ଟ କରିବା ସହିତ ଜିଲ୍ଲାର କୁଡୁମିମହାନ୍ତ ସମ୍ପ୍ରଦାୟ ବିଜେଡି ଠାରୁ ଦୂରତା ବଢ଼ାଉଥିବା ବେଳେ ପୁଣି ବିଜେଡି ସହ ଯୋଡିବାରେ ସଫଳ ହୋଇଛନ୍ତି ବୋଲି କୁହାଯାଇ ପାରିବ। ଫଳରେ ରାଜନୈତିକ ଦୃଷ୍ଟିକୋଣରୁ ବାଛିଲେ ପଛୁଆ ବର୍ଗର ମହିଳା ପ୍ରାର୍ଥୀ। ଆଉ ରାଜ୍ୟସଭା ସାଂସଦ ପାଇଁ ମୟୂରଭଞ୍ଜରୁ ମମତା ମହାନ୍ତଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ମୟୂରଭଞ୍ଜ ଜିଲ୍ଲାରୁ ରାଜ୍ୟସଭା ସାଂସଦ ପାଇଁ ଦଳୀୟ ପ୍ରାର୍ଥୀନୀ ଭାବେ ମନୋନୀତ ହୋଇ ବେଶ ଉତଫୁଲ୍ଲିତ ଅଛନ୍ତି ମମତା ମହାନ୍ତ,ତାଙ୍କ ପରିବାର ଏବଂ ସ୍ଥାନୀୟ ଅଞ୍ଚଳ ସମେତ ଜିଲ୍ଲାବାସୀ।

ତେବେ ବିଶୋଇ ବ୍ଲକ ଅନ୍ତର୍ଗତ ୩୪ନଂ ଜୋନର ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ମମତା ମହାନ୍ତ। ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳୀୟ ପ୍ରାର୍ଥୀ ଭାବେ ନାମ ଘୋଷଣା କରିଥିବାରୁ ବିଜେଡି ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ସର୍ବଦା ଅଗ୍ରାଧିକାର ଦେଇ ସବୁକ୍ଷେତ୍ରରେ ଆଗକୁ ବଢ଼ିବାରେ ଉତ୍ସ୍ୟହିତ କରିଆସୁଥିବା କହିଛନ୍ତି ମମତା ମହାନ୍ତ। ତେବେ ଆଗାମୀ ଦିନରେ ଲୋକ ସମସ୍ୟା ସହ ସାମିଲ ହୋଇ ସମାଧାନ ପାଇଁ ଚେଷ୍ଟା କରିବି ବୋଲି ମତଦେଇ କହିଛନ୍ତି।

Tags: