ଆଜି ସରୁଛି ବିଜେପୁର ନିର୍ବାଚନୀ ପ୍ରଚାର
ସମୟ ଲାଇଭ୍, ୧୯/୧୦: ବିଜେପୁର ଉପନିର୍ବାଚନୀ ପ୍ରଚାର ଆଜି ସମାପ୍ତ ହେବ। ତେଣୁ ତିନି ପ୍ରମୁଖଦଳ ବିଜେପି ବିଜେଡ଼ି ଓ କଂଗ୍ରେସ ଭୋଟ ଭିକ୍ଷା କରିବାରେ ପୂରାଦମ୍ ଲଗାଇ ଦେଇଛନ୍ତି। ଦୁଇଦିନ ଧରି ଏହି ପ୍ରମୁଖ ରାଜନୈତିକ ଦଳର ହେବିୱେଟ ନେତା ପ୍ରଚାର ଚଳାଇଥିଲେ। ଗତ ୧୭ ତାରିଖରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ପୂର୍ବାହ୍ନରେ ହେଲିକପ୍ଟର ଯୋଗେ ବରଗଡ଼ ଜିଲ୍ଳା ଲାଉମୁଣ୍ଡା ହେଲିପ୍ୟାଡ଼ରେ ଓହ୍ଲାଇ କାରକୁଟ୍ଟା ଅଭିମୁଖେ ଯାତ୍ରା […]
ସମୟ ଲାଇଭ୍, ୧୯/୧୦: ବିଜେପୁର ଉପନିର୍ବାଚନୀ ପ୍ରଚାର ଆଜି ସମାପ୍ତ ହେବ। ତେଣୁ ତିନି ପ୍ରମୁଖଦଳ ବିଜେପି ବିଜେଡ଼ି ଓ କଂଗ୍ରେସ ଭୋଟ ଭିକ୍ଷା କରିବାରେ ପୂରାଦମ୍ ଲଗାଇ ଦେଇଛନ୍ତି। ଦୁଇଦିନ ଧରି ଏହି ପ୍ରମୁଖ ରାଜନୈତିକ ଦଳର ହେବିୱେଟ ନେତା ପ୍ରଚାର ଚଳାଇଥିଲେ।
ଗତ ୧୭ ତାରିଖରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ପୂର୍ବାହ୍ନରେ ହେଲିକପ୍ଟର ଯୋଗେ ବରଗଡ଼ ଜିଲ୍ଳା ଲାଉମୁଣ୍ଡା ହେଲିପ୍ୟାଡ଼ରେ ଓହ୍ଲାଇ କାରକୁଟ୍ଟା ଅଭିମୁଖେ ଯାତ୍ରା କରିଥିଲେ। ସେଠାରୁ ସେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପ୍ରଚାରରେ ରୋଡ଼ ଶୋ’ କରିଥିଲେ। ପରଦିନ ଗାଇସିଲଟ୍ ବ୍ଲକ୍ ତଳପାଲି ଯାତ୍ରା ପଡ଼ିଆରେ ଓହ୍ଲାଇ ରୋଡ଼୍ ଶୋ’ରେ ବାହାରି ରୀତାଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।
ସେହିପରି ବିଜେପିର ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବିଜେପୁର ଏବଂ ବରପାଲି ଉପରେ ଧ୍ୟାନ ଦେଇଥିଲେ । ସେ ବିଜେପୁର ଏନଏସି, ବରପାଲି ବ୍ଲକ୍ ବନ୍ଧପାଲି ପଞ୍ଚାୟତ, ଗୋପେଇପାଲି ପଞ୍ଚାୟତ ଏବଂ ବରପାଲି ଏନ୍ ଏସି ଅଂଚଳରେ ରୋଡ୍ ସୋ କରିଛନ୍ତି।
ପିସିସିର ତୁଙ୍ଗ ନେତାମାନେ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ତତ୍ବାବଧାନରେ ବିଜେପୁର ଏବଂ ବରପାଲି ଅଞ୍ଚଳରେ ଜୋରଦାର୍ ପ୍ରଚାର କରିଛନ୍ତି। ୨୦୧୮ ଉପନିର୍ବାଚନ, ଗତ ସାଧାରଣ ନିର୍ବାଚନରେ ବିଜେପୁରରୁ କଂଗ୍ରେସକୁ ହରାଇଥିବା ବିଜେଡି ହାଟ୍ରିକ୍ ବିଜୟ ପାଇଁ କସରତ ଚଳାଇଛି ।
Tags:




