ଅଗ୍ନିପରୀକ୍ଷାରେ ରୀତା, ସନତ, ଦିଲୀପଙ୍କ ଭାଗ୍ୟ

ସମୟ ଲାଇଭ୍‍,୨୧/୧୦ : ବିଜେପୁର, ବରପାଲି ଓ ଗାଇସିଲଟ ବ୍ଲକକୁ ନେଇ ଗଠିତ ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳର ଉପନିର୍ବାଚନ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆରମ୍ଭ ହୋଇଯାଇଛି। ବିଜେପପୁରରେ ଗତ ଦେଢ଼ବର୍ଷ ମଧ୍ୟରେ ମତଦାତାମାନେ ତୃତୀୟ ଥର ପାଇଁ ଭୋଟଦାନ କରିଛନ୍ତି। ଆଜି ସକାଳ ୭ଟାରେ ଭୋଟପ୍ରଦାନ ଆରମ୍ଭ ହୋଇଥିବାବେଳେ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଏହି ନିର୍ବାଚନୀ ମଣ୍ଡଳୀରେ ୨୮୫ଟି ବୁଥ୍‍ରେ ମୋଟ ୩୨ ହଜାର ୨୬୪ ଭୋଟର ନିଜର […]

Samaya Live Picture
Published On

ସମୟ ଲାଇଭ୍‍,୨୧/୧୦ : ବିଜେପୁର, ବରପାଲି ଓ ଗାଇସିଲଟ ବ୍ଲକକୁ ନେଇ ଗଠିତ ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳର ଉପନିର୍ବାଚନ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆରମ୍ଭ ହୋଇଯାଇଛି। ବିଜେପପୁରରେ ଗତ ଦେଢ଼ବର୍ଷ ମଧ୍ୟରେ ମତଦାତାମାନେ ତୃତୀୟ ଥର ପାଇଁ ଭୋଟଦାନ କରିଛନ୍ତି। ଆଜି ସକାଳ ୭ଟାରେ ଭୋଟପ୍ରଦାନ ଆରମ୍ଭ ହୋଇଥିବାବେଳେ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଏହି ନିର୍ବାଚନୀ ମଣ୍ଡଳୀରେ ୨୮୫ଟି ବୁଥ୍‍ରେ ମୋଟ ୩୨ ହଜାର ୨୬୪ ଭୋଟର ନିଜର ମତ ସାବ୍ୟସ୍ତ କରିବେ। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପ୍ରଚାର ସମୟରେ ନିଜର ସମସ୍ତ ରଣ କୌଶଳ ଆପଣେଇଥିଲେ।

ତେବେ ବିଜେଡ଼ି ପ୍ରାର୍ଥୀ ରୀତା ସାହୁ, ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ଓ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ଜନତାଙ୍କଶ୍ରଦ୍ଧା ଭାଜନ ହେବା ପାଇଁ ପ୍ରାଣପଣେ ଉଦ୍ୟମ ଚଳାଇଥିଲେ। ରୀତାଙ୍କ ପାଇ ଁ ବିଜେଡ଼ି ସୁପ୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନିଆ ପ୍ରଚାର କରିଥିବାବେଳେ ବିଜେପି ପ୍ରାର୍ଥୀ ସନତଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୋଟ ଭିକ୍ଷା କରିଥିଲେ। ସେହିପରି କଂଗ୍ରେସ ପିସିସସ ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଦିଲୀପଙ୍କ ପ୍ରଚାର ପାଇଁ ବିଜେପୁରରେ ଡ଼େରା ଜମାଇଥିଲେ। ତେବେ ମତଦାତାଙ୍କ ଭୋଟ ହାତେଇବାରେ କିଏ କେତେ ସକ୍ଷମ ହୋଇଛି ତାହା ଆସନ୍ତା ୨୪ରେ ଭୋଟ ଗଣତି ପରେ ହିଁ ସ୍ପଷ୍ଟ ହେବ।

Tags: