ପୁଣି ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଅଜିତ୍‍

ସମୟ ଲାଇଭ୍‍,୨୮/୧୧: ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀଭାବେ ଉଦ୍ଧବ ଠାକରେଙ୍କୁ ଚୟନ କରାଯାଇଥିବାବେଳେ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛଇ। ତେବେ ଏହି ପଦରେ ଅଜିତ ପାୱାର ପୁଣି ଥରେ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଜିତ୍‌ ବିଜେପିଠାରୁ ସବୁ ସମ୍ପର୍କ ତୁଟାଇ ଦଳକୁ ଫେରିଥିବାରୁ ବର୍ତ୍ତମାନ ପାୱାର ପରିବାର ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଭେଟି ଦେବାକୁ ଚାହୁଁଛି। ଏଭଳି ସ୍ଥିତିରେ ଅଜିତ୍‌ଙ୍କ ଉପମୁଖ୍ୟମନ୍ତ୍ରୀ ହେବା ନେଇ କଂଗ୍ରେସ […]

Samaya Live Picture
Published On

ସମୟ ଲାଇଭ୍‍,୨୮/୧୧: ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀଭାବେ ଉଦ୍ଧବ ଠାକରେଙ୍କୁ ଚୟନ କରାଯାଇଥିବାବେଳେ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛଇ। ତେବେ ଏହି ପଦରେ ଅଜିତ ପାୱାର ପୁଣି ଥରେ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଜିତ୍‌ ବିଜେପିଠାରୁ ସବୁ ସମ୍ପର୍କ ତୁଟାଇ ଦଳକୁ ଫେରିଥିବାରୁ ବର୍ତ୍ତମାନ ପାୱାର ପରିବାର ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଭେଟି ଦେବାକୁ ଚାହୁଁଛି। ଏଭଳି ସ୍ଥିତିରେ ଅଜିତ୍‌ଙ୍କ ଉପମୁଖ୍ୟମନ୍ତ୍ରୀ ହେବା ନେଇ କଂଗ୍ରେସ ଏବଂ ଶିବସେନାର ସହମତି ଜଣାଥିବା ସୂଚନା ମିଳିଛି। ଅଜିତ୍‌ ପାୱାରଙ୍କ ବ୍ୟତୀତ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏନ୍‌ସିପି ନେତା ଜୟନ୍ତ ପାଟିଲଙ୍କ ନାଁ ମଧ୍ୟ ରହିଛି।
ଯଦି ଅଜିତ ଚାହିଁବେ ତେବେ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିପାରିବ। ଯଦି ଏପରି ନହୁଏ ତେବେ ନୂଆ ସରକାରର ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

Tags: