୨୦୨୩ ମୋର ଶେଷ ନିର୍ବାଚନ : ସିଦ୍ଦରମେୟା

ନୂଆଦିଲ୍ଲୀ, ୨୯/୩ : କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମେୟା ଆଜି କହିଛନ୍ତି, ୨୦୨୩ ବିଧାନସଭା ନିର୍ବାଚନ ମୋର ଶେଷ ନିର୍ବାଚନ। ଏହାପରେ ମୁଁ ନିର୍ବାଚନ ରାଜନୀତିରୁ ଦୂରେଇ ରହିବି। ମୁଁ ବରୁଣା ନିର୍ବାଚନମଣ୍ଡଳୀର ପୁଅ। ମୁଁ ନିଶ୍ଚିତ ଯେ ଲୋକମାନେ ମତେ ଆର୍ଶୀବାଦ କରିବେ। ମୋର ଉଦ୍ଦେଶ୍ୟ ହେଉଛି ବରୁଣାରୁ ମୁଁ ମୋ ରାଜନୈତିକ କ୍ୟାରିୟର ଶେଷ କରିବି। ସେଥିପାଇଁ ମୁଁ ବରୁଣା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ୁଛି। ସିଦ୍ଦରମେୟା ବରୁଣା ସହ ସେ କୋଲାର ନିର୍ବାଚନ […]

Samaya Live Picture
Published On

ନୂଆଦିଲ୍ଲୀ, ୨୯/୩ : କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମେୟା ଆଜି କହିଛନ୍ତି, ୨୦୨୩ ବିଧାନସଭା ନିର୍ବାଚନ ମୋର ଶେଷ ନିର୍ବାଚନ। ଏହାପରେ ମୁଁ ନିର୍ବାଚନ ରାଜନୀତିରୁ ଦୂରେଇ ରହିବି। ମୁଁ ବରୁଣା ନିର୍ବାଚନମଣ୍ଡଳୀର ପୁଅ। ମୁଁ ନିଶ୍ଚିତ ଯେ ଲୋକମାନେ ମତେ ଆର୍ଶୀବାଦ କରିବେ। ମୋର ଉଦ୍ଦେଶ୍ୟ ହେଉଛି ବରୁଣାରୁ ମୁଁ ମୋ ରାଜନୈତିକ କ୍ୟାରିୟର ଶେଷ କରିବି। ସେଥିପାଇଁ ମୁଁ ବରୁଣା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ୁଛି। ସିଦ୍ଦରମେୟା ବରୁଣା ସହ ସେ କୋଲାର ନିର୍ବାଚନ ମଣ୍ଡଳୀରୁ ମଧ୍ୟ ନିର୍ବାଚନ ଲଢ଼ିବେ। ସିଦ୍ଦରମେୟା କହିଛନ୍ତି, ୨୦୧୮ ନିର୍ବାଚନରେ ମୁଁ ଚା‌ମୁଣ୍ଡେଶ୍ବରୀ ନିର୍ବାଚନମଣ୍ଡଲୀରେ ଜିତିବି କି ନା’ ନିଶ୍ଚିତ ନଥିଲି। ତେଣୁ ମୁଁ ବାଦାମୀରେ ବି ନିର୍ବାଚନ ଲଢ଼ିଲି। କିନ୍ତୁ ଚଳିତଥର ମୁଁ ବରୁଣା ନିର୍ବାଚନମଣ୍ଡଳୀରୁ ଜିତିବି ବୋଲି ମୋର ଦୃଢ଼ ବିଶ୍ବାସ ଅଛି। କିନ୍ତୁ କୋଲାର ଲୋକମାନଙ୍କ ଭଲପାଇବା ଏବଂ କୋଲାର ଲୋକମାନେ ମତେ ନିର୍ବାଚନ ଲଢ଼ିବାକୁ କହୁଥିବାରୁ ମୁଁ ୨ଟି ଆସନରେ ନିର୍ବାଚନ ଲଢ଼ିବି। ସିଦ୍ଦରମେୟା କହିଛନ୍ତି, କୋଲାର ଆସନରୁ ନିର୍ବାଚନ ଲଢ଼ିବାପାଇଁ ସେ ପାର୍ଟି ହାଇ କମାଣ୍ଡଙ୍କଠାରୁ ଟିକେଟ ମାଗିଛନ୍ତି। ଉଲ୍ଲେଖ‌ଯୋଗ୍ୟ ଯେ ମେ’ ୧୦ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହେବ ଏବଂ ମେ’ ୧୩ରେ ଫଳାଫଳ ଆସିବ।

Tags: