ସୋନିଆ ନୁହନ୍ତି, ବସୁନ୍ଧରା ରାଜେ ହେଉଛନ୍ତି ଗେହଲଟଙ୍କ ନେତ୍ରୀ
ଜୟପୁର : ରାଜସ୍ଥାନ କଂଗ୍ରେସ କନ୍ଦଳ ଲାଗୁଛି ପୁଣିଥରେ ଘନେଇବ। ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ବିସ୍ଫୋରକ ବୟାନ ଦେଇଛନ୍ତି। ପାଇଲଟ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତ୍ରୀ ସୋନିଆ ଗାନ୍ଧି ନୁହନ୍ତି ବରଂ ବସୁନ୍ଧରା ରାଜେ ହେଉଛନ୍ତି ଗେହଲଟଙ୍କ ନେତ୍ରୀ। ଗେହଲଟଙ୍କ ଢୋଲପୁର ଭାଷଣ ଶୁଣିବାପରେ ଲାଗୁଛି ଯେ ସୋନିଆ ନୁହନ୍ତି ବରଂ ବସୁନ୍ଧରା ରାଜେ ହିଁ ଗେହଲଟଙ୍କ ନେତ୍ରୀ। ୨୦୨୦ରେ ଗେହଲଟଙ୍କ ସରକାରକୁ ସୁରକ୍ଷା ଦେବାରେ […]
ଜୟପୁର : ରାଜସ୍ଥାନ କଂଗ୍ରେସ କନ୍ଦଳ ଲାଗୁଛି ପୁଣିଥରେ ଘନେଇବ। ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ବିସ୍ଫୋରକ ବୟାନ ଦେଇଛନ୍ତି। ପାଇଲଟ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତ୍ରୀ ସୋନିଆ ଗାନ୍ଧି ନୁହନ୍ତି ବରଂ ବସୁନ୍ଧରା ରାଜେ ହେଉଛନ୍ତି ଗେହଲଟଙ୍କ ନେତ୍ରୀ। ଗେହଲଟଙ୍କ ଢୋଲପୁର ଭାଷଣ ଶୁଣିବାପରେ ଲାଗୁଛି ଯେ ସୋନିଆ ନୁହନ୍ତି ବରଂ ବସୁନ୍ଧରା ରାଜେ ହିଁ ଗେହଲଟଙ୍କ ନେତ୍ରୀ। ୨୦୨୦ରେ ଗେହଲଟଙ୍କ ସରକାରକୁ ସୁରକ୍ଷା ଦେବାରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ଅନ୍ୟ ୨ ବିଜେପି ନେତା ଗେହଲଟଙ୍କୁ ସାହାଯ୍ୟ କରିଛନ୍ତି ବୋଲି ନିଜେ ଗେହଲଟ ଦାବି କରିବାପରେ ଆଜି ପାଇଲଟ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି। ଅନ୍ୟପକ୍ଷେ ପାଇଲଟ ମେ’ ୧୧ ତାରିଖରେ ଦୁର୍ନୀତି ପ୍ରସଙ୍ଗରେ ଅଜମେରରୁ ଜୟପୁର ପର୍ଯ୍ୟନ୍ତ ‘ଜନ ସଂଘର୍ଷ ଯାତ୍ରା’ କରିବେ। କିନ୍ତୁ ଗେହଲଟଙ୍କ କଥାର କଡ଼ା ଜବାବ ଦେଇ ବସୁନ୍ଧରା ରାଜେ କହିଛନ୍ତି ଯେ ଏହା ତାଙ୍କ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର। ନିଜ ଦଳରେ ବିଦ୍ରୋହ ପାଇଁ ଗେହଲଟ ମିଛ କହୁଛନ୍ତି ବୋଲି ରାଜେ କହିଛନ୍ତି।




