ଶରଦ ପାୱାରଙ୍କ ବିଦାୟକୁ ଏକମାତ୍ର ନେତା ଅଜିତ ପାୱାରଙ୍କ ସମର୍ଥନ

ମୁମ୍ବାଇ: ଏନସିପିର ବରିଷ୍ଠ ନେତା ଶରଦ ପାୱାରଙ୍କ ଦ୍ବାରା ଗଠିତ ଏନ୍ସିପିରେ ଉତ୍ତରାଧିକାର ଦୌଡ଼ରେ ବେଶ୍ କିଛି ବର୍ଷ ହେଲା ଆଗରେ ଅଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ୬୩ ବର୍ଷୀୟ ଅଜିତ ପାୱାର। ଗତ କିଛି ମାସ ହେବ ଅଜିତ ପାୱାର ଦଳରେ ପୁଣିଥରେ ବିଦ୍ରୋହ ଆରମ୍ଭ କରିଛନ୍ତି। ଏନ୍ସିପି ମୁଖ୍ୟ ପଦରୁ ଶରଦ ପାୱାର ନିଜର ଇସ୍ତଫା ଘୋଷଣା କରିବା ପରେ କେବଳ ଅଜିତ ପାୱାର ହିଁ ତାଙ୍କ ଘୋଷଣାକୁ ସ୍ବାଗତ କରିଛନ୍ତି। ୱାଇବି ଚୌହାନ […]

Samaya Live Picture
Published On

ମୁମ୍ବାଇ: ଏନସିପିର ବରିଷ୍ଠ ନେତା ଶରଦ ପାୱାରଙ୍କ ଦ୍ବାରା ଗଠିତ ଏନ୍ସିପିରେ ଉତ୍ତରାଧିକାର ଦୌଡ଼ରେ ବେଶ୍ କିଛି ବର୍ଷ ହେଲା ଆଗରେ ଅଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ୬୩ ବର୍ଷୀୟ ଅଜିତ ପାୱାର। ଗତ କିଛି ମାସ ହେବ ଅଜିତ ପାୱାର ଦଳରେ ପୁଣିଥରେ ବିଦ୍ରୋହ ଆରମ୍ଭ କରିଛନ୍ତି। ଏନ୍ସିପି ମୁଖ୍ୟ ପଦରୁ ଶରଦ ପାୱାର ନିଜର ଇସ୍ତଫା ଘୋଷଣା କରିବା ପରେ କେବଳ ଅଜିତ ପାୱାର ହିଁ ତାଙ୍କ ଘୋଷଣାକୁ ସ୍ବାଗତ କରିଛନ୍ତି। ୱାଇବି ଚୌହାନ ଅଡିଟୋରିୟମ୍ରେ ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ଅଜିତ ପାୱାର କହିଛନ୍ତି, ପାୱାର ସାହେବ ଦଳର ଅଧ୍ୟକ୍ଷ ନ ରହିଲେ ସେ ଦଳରେ ରହିବେ ନାହିଁ ବୋଲି ଆପଣମାନେ ଯାହା ଭାବୁଛନ୍ତି ତାହା ଭୁଲ୍। ବର୍ତ୍ତମାନ ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ଅଧ୍ୟକ୍ଷ କିନ୍ତୁ ଦଳ ଚଳାଉଛନ୍ତି ସୋନିଆ ଗାନ୍ଧି। ତେଣୁ ପାୱାର ସାହେବ ଦଳର ଅଧ୍ୟକ୍ଷ ନ ରହିଲେ ମଧ୍ୟ ସେ ଦଳରେ ରହିବେ ଓ ଆମେମାନେ ତାଙ୍କର ପରାମର୍ଶ ନେଇପାରିବା ବୋଲି ସେ କହିଥିଲେ।
ଅଜିତ କହିଥିଲେ, ବୟସ ଦୃଷ୍ଟିରୁ ପାୱାର ସାହେବ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଯଥାର୍ଥ। ନୂଆ ଅଧ୍ୟକ୍ଷ ତାଙ୍କ ମାର୍ଗଦର୍ଶନରେ କାର୍ଯ୍ୟ କରିବେ। ଏନ୍ସିପି କହିଲେ ଯେ ଶରଦ ପାୱାରଙ୍କୁ ବୁଝାଏ, ଏଥିରେ କାହାର ଦ୍ବିମତ ହେବାର ନାହିଁ। ଆମେ ଗୋଟିଏ ପରିବାର ଓ ସେ ଆମର ମୁରବି ବୋଲି ଅଜିତ କହିଛନ୍ତି। ଇତି ମଧ୍ୟରେ ଏନସିପି ସଭାପତି ପାଇଁ ଅଜିତ ପାୱାର ଏବଂ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଛି ବୋଲି ଜଣାପଡ଼ିଛି। ଅନ୍ୟପକ୍ଷେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ସୁପ୍ରିୟା ସୁଲେଙ୍କ ସହ କଥା ହୋଇଛନ୍ତି।

Tags: