ଲୋକସଭା ସଦସ୍ୟତା‌ ଫେରିପାଇଲେ ଲାକ୍ଷାଦ୍ବୀପ ସାଂସଦ

ନୂଆଦିଲ୍ଲୀ, ୨୯/୩ :କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦକୁ ନେଇ ରାଜନୈତିକ ବିବାଦ ଜାରି ରହିଥିବାବେଳେ ଆଜି ଏନ୍‌ସିପି (ନେସନାଲିଷ୍ଟ କଂଗ୍ରେସ ପାର୍ଟି) ନେତା ମହମ୍ମଦ ଫୈଜଲ ତାଙ୍କ ଲୋକସଭା ସଦସ୍ୟତା ଫେରି ପା‌ଇଛନ୍ତି। ଅପରାଧିକ ମାମଲାରେ ତାଙ୍କୁ ହୋଇଥିବା ଦଣ୍ଡାଦେଶ ଉପରେ ରୋକ୍‌ ଲାଗିବାପରେ ଲୋକସଭା ଦ୍ବାରା ତାଙ୍କ ସଦସ୍ୟତା ଫେରାଇ ଦିଆଯାଇଛି। ଲୋକସଭା ସଚିବାଚୟ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ଜାରି କରି ଏହା କୁହାଯାଇଛି। ମହମ୍ମଦ ଫୈଜଲ ଲାକ୍ଷାଦ୍ବୀପରୁ ଲୋକସଭାକୁ […]

Samaya Live Picture
Published On

ନୂଆଦିଲ୍ଲୀ, ୨୯/୩ :କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦକୁ ନେଇ ରାଜନୈତିକ ବିବାଦ ଜାରି ରହିଥିବାବେଳେ ଆଜି ଏନ୍‌ସିପି (ନେସନାଲିଷ୍ଟ କଂଗ୍ରେସ ପାର୍ଟି) ନେତା ମହମ୍ମଦ ଫୈଜଲ ତାଙ୍କ ଲୋକସଭା ସଦସ୍ୟତା ଫେରି ପା‌ଇଛନ୍ତି। ଅପରାଧିକ ମାମଲାରେ ତାଙ୍କୁ ହୋଇଥିବା ଦଣ୍ଡାଦେଶ ଉପରେ ରୋକ୍‌ ଲାଗିବାପରେ ଲୋକସଭା ଦ୍ବାରା ତାଙ୍କ ସଦସ୍ୟତା ଫେରାଇ ଦିଆଯାଇଛି। ଲୋକସଭା ସଚିବାଚୟ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ଜାରି କରି ଏହା କୁହାଯାଇଛି। ମହମ୍ମଦ ଫୈଜଲ ଲାକ୍ଷାଦ୍ବୀପରୁ ଲୋକସଭାକୁ ପ୍ରତିନିଧିତ୍ବ କରୁଥିଲେ। ହତ୍ୟା ଉଦ୍ୟମ ମାମଲାରେ ଫୈଜଲଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ ହେବାପରେ ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଗଲା। ତେବେ କେରଳ ହାଇକୋର୍ଟ ଗତ ଜାନୁଆରିରେ ଲାକ୍ଷାଦ୍ବୀପ ସାଂସଦଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଥିଲେ। ଦଣ୍ଡାଦେଶ ଉପରେ ରୋକ ଲାଗିବାପରେ ବି ତାଙ୍କ ସଦସ୍ୟତା ଫେରାନଯିବାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମଙ୍ଗଳବାର‌ ଫୈଜଲ ସୁପ୍ରିମକୋର୍ଟ ଯାଇଥିବାବେଳେ ବୁଧବାର ତାଙ୍କ ସଦସ୍ୟତା ଫେରାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଜାନୁଆରି ୧୩ ତାରିଖରେ ଫୈଜଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ‌ହୋଇଥିଲା।

Tags: