ଆଜୀବନ ଅଯୋଗ୍ୟ କରିଦେଲେ ବି ଚୁପ୍‌ ରହିବିନି: ରାହୁଲ

ନୂଆଦିଲ୍ଲୀ, ୨୫/୩ : ‌ଲୋକସଭାରୁ ଅଯୋଗ୍ୟ ଘୋଷିତ ହେବାର ଦିନକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ରାହୁଲ ଗାନ୍ଧି କହିଛନ୍ତି, ମୁଁ ଏଠା‌ରେ ‌ଲୋକଙ୍କ ଗଣତାନ୍ତ୍ରିକ ସ୍ବରକୁ ସୁରକ୍ଷା ଦେବା ପାଇଁ ଅଛି ଏବଂ ଏହି କାର୍ଯ୍ୟ ମୁଁ ଜାରି ରଖିବି। କାହାକୁ ମୁଁ ଭୟ କରୁନି। ସେମାନେ ମତେ ଅଯୋଗ୍ୟ କରି ମୋ ପାଟି ବନ୍ଦ କରିଦେବାକୁ […]

Samaya Live Picture
Published On

ନୂଆଦିଲ୍ଲୀ, ୨୫/୩ : ‌ଲୋକସଭାରୁ ଅଯୋଗ୍ୟ ଘୋଷିତ ହେବାର ଦିନକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ରାହୁଲ ଗାନ୍ଧି କହିଛନ୍ତି, ମୁଁ ଏଠା‌ରେ ‌ଲୋକଙ୍କ ଗଣତାନ୍ତ୍ରିକ ସ୍ବରକୁ ସୁରକ୍ଷା ଦେବା ପାଇଁ ଅଛି ଏବଂ ଏହି କାର୍ଯ୍ୟ ମୁଁ ଜାରି ରଖିବି। କାହାକୁ ମୁଁ ଭୟ କରୁନି। ସେମାନେ ମତେ ଅଯୋଗ୍ୟ କରି ମୋ ପାଟି ବନ୍ଦ କରିଦେବାକୁ ଚାହିଛନ୍ତି। କିନ୍ତୁ ମତେ ‌ଅଯୋଗ୍ୟ ଘୋଷଣା କରି କିମ୍ବା ଜେଲ୍‌ରେ ପୂରାଇ କେହି ଭୟଭୀତ କରିପାରିବେନି। ମତେ ସାରା ଜୀବନ ପାଇଁ ଅଯୋଗ୍ୟ କରିଦେଲେ ବି ମୁଁ ମୋ କାର୍ଯ୍ୟ ଜାରି ରଖିବି। ମୋ କାର୍ଯ୍ୟ ହେଉଛି ଦେଶର ଗଣତନ୍ତ୍ରକୁ ସୁରକ୍ଷା ଦେବା। ଗରିବ ଲୋକଙ୍କ ସ୍ବରକୁ ସୁରକ୍ଷା ‌ଦେବାପାଇଁ ମୁଁ କାର୍ଯ୍ୟ ଜାରି ରଖିଛି। ସେମା‌ନେ ମତେ ଆଜୀବନ ଅଯୋଗ୍ୟ କରିଦେଲେ ବି ମୁଁ ଭୟ କରିବିନି। ସଂସଦ ଭି‌ତରେ ରହେ କି ବାହାରେ ରହେ ମୁଁ ଦେଶ ପାଇଁ ଲ‌ଢ଼େଇ ଜାରି ରଖିବି। ଅନେକ ଥର ମୁଁ କହିଛି ଯେ ଦେଶରେ ଗଣତନ୍ତ୍ର ଉପ‌ରେ ଆକ୍ରମଣ ହେଉଛି। ଆମେମାନେ ପ୍ରତିଦିନ ଏହାର ଉଦାହରଣ ଦେଖୁଛେ। କିନ୍ତୁ ମୋର ଅନ୍ୟ କୌଣସି କଥାରେ ଆଗ୍ରହ ନାହିଁ। ମୁଁ ସତ୍ୟରେ ବିଶ୍ବାସ କରେ ଏବଂ କେବଳ ସତ ହିଁ କହେ। ଏହା ମୋର କାର୍ଯ୍ୟ ଏବଂ ମୁଁ ଅଯୋଗ୍ୟ ଘୋଷିତ ଓ ଗିରଫ ହେଲେ ବି ଏହି କାର୍ଯ୍ୟ ଜାରି ରଖିବି। ଦେଶ ମତେ ସବୁକିଛି ଦେଇଛି। ସେଥିପାଇଁ ମୁଁ ଦେଶପାଇଁ ଲଢ଼ିବି।
ରାହୁଲ କହିଛନ୍ତି, ୨୦୧୯ ମସିହାର ଟିପ୍ପଣୀ ପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇନି। ସଂସଦରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୌତମ ଆଦାନୀ ପ୍ରସଙ୍ଗରେ ତାଙ୍କ ପରବର୍ତ୍ତୀ ଭାଷଣକୁ ଭୟ କରୁଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଆଖିରେ ସେ ଏହି ଭୟ ଦେଖିଛନ୍ତି ଏବଂ ଏହି କାରଣ ପାଇଁ ତାଙ୍କୁ ଅଯୋଗ୍ୟ କରାଯାଇଛି। କେବଳ ପ୍ରଧାନମନ୍ତ୍ରୀଙ୍କୁ ଆଦାନୀ ପ୍ରସଙ୍ଗରେ ସୁରକ୍ଷା ଦେବାପାଇଁ ଏହି ଡ୍ରାମା କରାଯାଇଛି ବୋଲି ରାହୁଲ କହିଛନ୍ତି। ବିଦେଶରେ ଗଣତନ୍ତ୍ର ଟିପ୍ପଣୀ ସଂକ୍ରାନ୍ତରେ ବିଜେପିର କ୍ଷମା ଦାବି ସଂକ୍ରାନ୍ତରେ ରାହୁଲ କହିଛନ୍ତି, ମୋ ନାଁ ସବରକର ନୁହେଁ। ମୋ ନାଁ ଗାନ୍ଧୀ। ଆଉ ଗାନ୍ଧୀ କେବେ ବି କ୍ଷମା ମାଗେନାହିଁ। ସରକାର ପାଇଁ ଦେଶ ହେଉଛି ଆଦାନୀ ଏବଂ ଆଦାନୀ ହେଉଛି ଦେଶ। ରାହୁଲ କହିଛନ୍ତି, ମୁଁ କେବଳ ଆଦାନୀ ପ୍ରସଙ୍ଗରେ ଗୋଟିଏ ପ୍ରଶ୍ନ କଲି। ଆଦାନୀଙ୍କ କମ୍ପାନିରେ ଲାଗିଥିବା ଟଙ୍କା ତାଙ୍କର ନୁହେଁ। ତାଙ୍କୁ ୨୦ ହଜାର କୋଟି ଟଙ୍କା କିଏ ଦେଲା। ଏହାପରେ ସେମାନେ ମୋ ପଛରେ ଲାଗିଗଲେ। ଲୋକମାନେ ବୁଝି ପାରୁନାହାନ୍ତି ଯେ ମୋଦୀ ଏବଂ ଆଦାନୀଙ୍କ ମଧ୍ୟରେ ସମ୍ପର୍କ ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା‌ ବେଳୁ ଅଛି। ମୁଁ ପ୍ରଶ୍ନ ପଚାରିବା ବନ୍ଦ କରିବିନି। ମୋଦୀ-ଆଦାନୀ ସମ୍ପର୍କ ନେଇ ମୁଁ ପ୍ରଶ୍ନ କରିବା ଜାରି ରଖିବି।

Tags: