ରାହୁଲ କ’ଣ କଂଗ୍ରେସ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି : ଅନୁରାଗ ଠାକୁର

ନୂଆଦିଲ୍ଲୀ, ୨୯/୩ : କଂଗ୍ରେସ ନେତା ରାହୁଲଙ୍କ ଗାନ୍ଧୀଙ୍କ ବି‌ରୋଧରେ କ’ଣ ତାଙ୍କ ନିଜ ଦଳରେ ଷଡ଼ଯନ୍ତ୍ର ହୋଇଛି। ଏହା କ’ଣ ଜାଣିଶୁଣି କରାଯାଇଛି। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ‌ଯେ ଦଳରେ ଥିବା ସମସ୍ତ ଆଇନଜୀବୀ ଘଣ୍ଟ‌ା‌ଏ ମଧ୍ୟରେ ପୱନ ଖେଡ଼ାଙ୍କ ସମର୍ଥନରେ ବାହାରିଗଲେ। କିନ୍ତୁ ରାହୁଲ ଗାନ୍ଧିଙ୍କ କ୍ଷେତ୍ରରେ କାହିଁକି କଂଗ୍ରେସର କୌଣସି ପ୍ରମୁଖ ଓକିଲ କୋର୍ଟ ଯାଉନାହାନ୍ତି। ଏହା ଏକ ବଡ଼ ପ୍ରଶ୍ନବାଚୀ। ରାହୁଲଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିବା ଲୋକମାନେ କିଏ ବୋଲି କେନ୍ଦ୍ର […]

Samaya Live Picture
Published On

ନୂଆଦିଲ୍ଲୀ, ୨୯/୩ : କଂଗ୍ରେସ ନେତା ରାହୁଲଙ୍କ ଗାନ୍ଧୀଙ୍କ ବି‌ରୋଧରେ କ’ଣ ତାଙ୍କ ନିଜ ଦଳରେ ଷଡ଼ଯନ୍ତ୍ର ହୋଇଛି। ଏହା କ’ଣ ଜାଣିଶୁଣି କରାଯାଇଛି। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ‌ଯେ ଦଳରେ ଥିବା ସମସ୍ତ ଆଇନଜୀବୀ ଘଣ୍ଟ‌ା‌ଏ ମଧ୍ୟରେ ପୱନ ଖେଡ଼ାଙ୍କ ସମର୍ଥନରେ ବାହାରିଗଲେ। କିନ୍ତୁ ରାହୁଲ ଗାନ୍ଧିଙ୍କ କ୍ଷେତ୍ରରେ କାହିଁକି କଂଗ୍ରେସର କୌଣସି ପ୍ରମୁଖ ଓକିଲ କୋର୍ଟ ଯାଉନାହାନ୍ତି। ଏହା ଏକ ବଡ଼ ପ୍ରଶ୍ନବାଚୀ। ରାହୁଲଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିବା ଲୋକମାନେ କିଏ ବୋଲି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ‘ଟା‌ଇମ୍ସ ନେଟୱର୍କ ଇଣ୍ଡିଆ ଡିଜିଟାଲ ଫେଷ୍ଟ୍‌’ରେ ଉଦବୋଧନ ଦେଇ ଠାକୁର ଆଜି ଏହି ଟିପ୍ପଣୀ ଦେଇଛନ୍ତି। ଠାକୁର କହିଛନ୍ତି, ରାହୁଲ ଜଣେ ଅଭ୍ୟାସଗତ ଅବମାନନାକାରୀ। କୋର୍ଟ ସତର୍କ କରାଇବା ସତ୍ତ୍ବେ ତାଙ୍କ ବିରୋଧରେ ବିଭିନ୍ନ କୋର୍ଟରେ ୭ଟି ମାମଲା ରହିଛି। ଠାକୁର କହିଛନ୍ତି, ରାହୁଲ ଲୋକସଭାରୁ ଅଯୋଗ୍ୟ ହେବାରେ ସରକାର କିମ୍ବା ଲୋକସଭା ସଚିବାଳୟଙ୍କର କିଛି ଭୂମିକା ନାହିଁ। ଜନ ପ୍ରତିନିଧି ଆଇନ ଅନୁଯାୟୀ ରାହୁଲ ଅପରାଧିକ ମାନହାନି ମାମଲାରେ ୨ ବର୍ଷ ଜେଲ୍‌ଦଣ୍ଡ ପାଇବାପରେ ତାଙ୍କ ସଦସ୍ୟତା ରଦ୍ଦ ହୋଇଛି।

Tags: