ଗେହଲଟଙ୍କ ସହ ଭିତିରି ବୁଝାମଣା ଅଭିଯୋଗ ଖଣ୍ଡନ କଲେ ରାଜେ
ଜୟପୁର : ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଭିତିରି ବୁଝାମଣା ଅଛି ବୋଲି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଅଭିଯୋଗ କରିଛନ୍ତି। କିନ୍ତୁ ଏହି ଅଭିଯୋଗକୁ ଆଜି ବସୁନ୍ଧରା ରାଜେ ଖଣ୍ଡନ କରିଛନ୍ତି। ରାଜେ କହିଛନ୍ତି, କ୍ଷୀର ଏବଂ ଲେମ୍ବୁ ରସ କେବେ ଏକାଠି ହୋଇପାରିବେନି। ଜାଣିଶୁଣି ତାଙ୍କ ବିରୋଧରେ ମିଛ ପ୍ରସାର କରାଯାଉଛି। ଏହା ଏକ ଷଡ଼ଯନ୍ତ୍ର। ଶ୍ରୀଗଙ୍ଗାନଗର ଜିଲ୍ଲାର ସୁରଟଗଡ଼ ସହରରେ ରାଜେ ଆଜି […]
ଜୟପୁର : ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଭିତିରି ବୁଝାମଣା ଅଛି ବୋଲି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଅଭିଯୋଗ କରିଛନ୍ତି। କିନ୍ତୁ ଏହି ଅଭିଯୋଗକୁ ଆଜି ବସୁନ୍ଧରା ରାଜେ ଖଣ୍ଡନ କରିଛନ୍ତି। ରାଜେ କହିଛନ୍ତି, କ୍ଷୀର ଏବଂ ଲେମ୍ବୁ ରସ କେବେ ଏକାଠି ହୋଇପାରିବେନି। ଜାଣିଶୁଣି ତାଙ୍କ ବିରୋଧରେ ମିଛ ପ୍ରସାର କରାଯାଉଛି। ଏହା ଏକ ଷଡ଼ଯନ୍ତ୍ର। ଶ୍ରୀଗଙ୍ଗାନଗର ଜିଲ୍ଲାର ସୁରଟଗଡ଼ ସହରରେ ରାଜେ ଆଜି ଜମ୍ବେଶ୍ବର ମନ୍ଦିରରେ ସାମ୍ବାଦିକମାନଙ୍କୁ କହିଛନ୍ତି,‘କ୍ଷୀର ଏବଂ ଲେମ୍ବୁ ରସ କେବେ ମିଶଲାଣି କି ?’ ପାଇଲଟଙ୍କ ନାଁ ନନେଇ ରାଜେ କହିଛନ୍ତି, କିଛି ଲୋକ ମିଥ୍ୟା ଅଭିଯୋଗ ନକଲେ ଶାନ୍ତି ପାଆନ୍ତିନି।




