କେସିଆରଙ୍କ ଦଳରେ ଯୋଗ ଦେଲେ ଏନ୍ସିପି ଉପସଭାପତି
ନୂଆଦିଲ୍ଲୀ: ଏନ୍ସିପି ଉପସଭାପତି ଏବଂ ପ୍ରମୁଖ ମହାରାଷ୍ଟ୍ର ମୁସଲିମ ନେତା ସୟଦ ଅବଦୁଲ କାଦିର ମୌଲାନା ରବିବାର ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଦଳ ବିଆରଏସ୍ (ଭାରତ ରାଷ୍ଟ୍ର ସମିତି)ରେ ଯୋଗ ଦେଇଛନ୍ତି। ପ୍ରଗତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୟଦ ଅବଦୁଲ ବିଆର୍ଏସରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କେସିଆର ତାଙ୍କୁ ଦଳର ପିଙ୍କ ସ୍କାର୍ଫ ପ୍ରଦାନ କରି ଦଳକୁ ସ୍ବାଗତ କରିଛନ୍ତି। ଉକ୍ତ ମୁସଲିମ ନେତା ୨୦୧୯ ବିଧାନସଭା ନିର୍ବାଚନରେ ଏନସିପି […]
ନୂଆଦିଲ୍ଲୀ: ଏନ୍ସିପି ଉପସଭାପତି ଏବଂ ପ୍ରମୁଖ ମହାରାଷ୍ଟ୍ର ମୁସଲିମ ନେତା ସୟଦ ଅବଦୁଲ କାଦିର ମୌଲାନା ରବିବାର ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଦଳ ବିଆରଏସ୍ (ଭାରତ ରାଷ୍ଟ୍ର ସମିତି)ରେ ଯୋଗ ଦେଇଛନ୍ତି। ପ୍ରଗତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୟଦ ଅବଦୁଲ ବିଆର୍ଏସରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କେସିଆର ତାଙ୍କୁ ଦଳର ପିଙ୍କ ସ୍କାର୍ଫ ପ୍ରଦାନ କରି ଦଳକୁ ସ୍ବାଗତ କରିଛନ୍ତି। ଉକ୍ତ ମୁସଲିମ ନେତା ୨୦୧୯ ବିଧାନସଭା ନିର୍ବାଚନରେ ଏନସିପି ଟିକେଟରେ ଔରଙ୍ଗାବାଦ କେନ୍ଦ୍ରୀୟ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଔରଙ୍ଗାବାଦରେ ତାଙ୍କର ଦଖଲ ରହିଛି। ବିଆରଏସ୍ର ମହାରାଷ୍ଟ୍ର ଯୋଜନାକୁ ସେ ଶକ୍ତି ପ୍ରଦାନ କରିବେ ବୋଲି କୁହାଯାଉଛି।




