କେଏସ ଈଶ୍ବରପ୍ପାଙ୍କୁ ଭିଡିଓ କଲ୍‌ କରି କଥା ହେଲେ ମୋଦୀ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ନିର୍ବାଚନ ରାଜନୀତି ସରଗରମ ରହିଛି। ଗତକାଲି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଥିବାବେଳେ ଆଜି କାଗଜପତ୍ର ଯାଞ୍ଚ କରାଯିବ। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ଚଳିତ ଥର ମୋଟ୍ ୭୨ ଜଣ ନୂଆ ମୁହଁକୁ ସୁଯୋଗ ଦେଇଛି। ଅନେକ ବରିଷ୍ଠଙ୍କୁ ବିଜେପି ବାଦ୍ ଦେଇଛି। ସେମାନଙ୍କ ମଧ୍ୟରୁ ଜଣେ ବରିଷ୍ଠ ନେତା ହେଉଛନ୍ତି କେ ଏସ୍ ଈଶ୍ବରପ୍ପା। ବିଜେପି ଈଶ୍ବରପ୍ପାଙ୍କୁ ଟିକେଟ ଦେଇନାହିଁ କି […]

Samaya Live Picture
Published On

ବେଙ୍ଗାଲୁରୁ : କର୍ଣ୍ଣାଟକରେ ନିର୍ବାଚନ ରାଜନୀତି ସରଗରମ ରହିଛି। ଗତକାଲି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଥିବାବେଳେ ଆଜି କାଗଜପତ୍ର ଯାଞ୍ଚ କରାଯିବ। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ଚଳିତ ଥର ମୋଟ୍ ୭୨ ଜଣ ନୂଆ ମୁହଁକୁ ସୁଯୋଗ ଦେଇଛି। ଅନେକ ବରିଷ୍ଠଙ୍କୁ ବିଜେପି ବାଦ୍ ଦେଇଛି। ସେମାନଙ୍କ ମଧ୍ୟରୁ ଜଣେ ବରିଷ୍ଠ ନେତା ହେଉଛନ୍ତି କେ ଏସ୍ ଈଶ୍ବରପ୍ପା। ବିଜେପି ଈଶ୍ବରପ୍ପାଙ୍କୁ ଟିକେଟ ଦେଇନାହିଁ କି ତାଙ୍କ ପୁଅଙ୍କୁ ମଧ୍ୟ ତାଙ୍କ ଆସନରେ ପ୍ରାର୍ଥୀ କରିନାହିଁ। ତେବେ ବିଜେପିର ନିଷ୍ପତ୍ତିକୁ ଅନେକ ବରିଷ୍ଠ ନେତା ବିରୋଧ କରିଥିବାବେଳେ ଈଶ୍ବରପ୍ପା ପାର୍ଟି ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବରିଷ୍ଠ ନେତା ଈଶ୍ବରପ୍ପାଙ୍କୁ ଭିଡିଓ କଲ୍ କରି କଥା ହୋଇଛନ୍ତି। ଏହି କଥାବାର୍ତ୍ତାର ଭିଡିଓ ନିଜେ ଈଶ୍ବରପ୍ପା ସେୟାର କରିଛନ୍ତି। ଈଶ୍ବରପ୍ପା ମୋଦୀଙ୍କୁ ବିଜେପିର ବିଜୟ ସୁନିଶ୍ଚିତ କରାଇଛନ୍ତି।

Tags: