କର୍ଣ୍ଣାଟକରେ ମତଦାନ

ବେଙ୍ଗାଲୁରୁ : ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ମତଦାନ ପ୍ରକ୍ରିୟା ଜାରି ରହିଛି। ସକାଳ ୧୧ଟା ସୁଦ୍ଧା ରାଜ୍ୟରେ ୨୧ ପ୍ରତିଶତ ମତଦାନ ହୋଇଛି। ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ, କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ, ଅଭିନେତା ପ୍ରକାଶ ରାଜ ଏବଂ ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ନିଜ ନିଜ ନିର୍ବାଚନମଣ୍ଡଳୀରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ନୂଆ ସରକାର ଗଠନ ପାଇଁ […]

Samaya Live Picture
Published On

ବେଙ୍ଗାଲୁରୁ : ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ମତଦାନ ପ୍ରକ୍ରିୟା ଜାରି ରହିଛି। ସକାଳ ୧୧ଟା ସୁଦ୍ଧା ରାଜ୍ୟରେ ୨୧ ପ୍ରତିଶତ ମତଦାନ ହୋଇଛି। ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ, କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ, ଅଭିନେତା ପ୍ରକାଶ ରାଜ ଏବଂ ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ନିଜ ନିଜ ନିର୍ବାଚନମଣ୍ଡଳୀରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ନୂଆ ସରକାର ଗଠନ ପାଇଁ ୫ କୋଟିରୁ ଅଧିକ ଲୋକ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ କମିସନର ମନୋଜ କୁମାର ତାଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ଚଳିତ ନିର୍ବାଚନରେ ତ୍ରିକୋଣୀୟ ଲଢ଼େଇ ହେଉଛି। କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର କହିଛନ୍ତି, ରାଜ୍ୟର ଯୁବ ଭୋଟରମାନେ ପରିବର୍ତ୍ତନ ପାଇଁ ଭୋଟ୍ ଦେବେ। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ ଏବଂ ଏହାପରେ ବୁଥ୍ ବାହୁଡ଼ା ମତ ଆସିବ।
ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ମଇଦାନରେ ମୋଟ୍ ୨୬୧୫ ଜଣ ପ୍ରାର୍ଥୀ ଅଛନ୍ତି। ବିଜେପି ସମସ୍ତ ୨୨୪ ଆସନରେ ପ୍ରାର୍ଥୀ ଦେଇଛି। କଂଗ୍ରେସ ୨୨୩ ଆସନରେ ନିର୍ବାଚନ ଲଢ଼ୁଥିବା ବେଳେ ଜେଡିଏସ୍ ୨୦୯ ଆସନରେ ନିର୍ବାଚନ ଲଢ଼ୁଛି। ଆମ୍ ଆଦମୀ ପାର୍ଟି ମଧ୍ୟ ୨୦୯ ଆସନରେ ପ୍ରାର୍ଥୀ ଦେଇଛି। କର୍ଣ୍ଣାଟକରେ ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ ନିର୍ବାଚନ କମିସନ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ରାଜ୍ୟରେ ମୋଟ୍ ୫,୩୧,୩୩,୦୫୪ ଜଣ ଭୋଟର ଅଛନ୍ତି। ରାଜ୍ୟବ୍ୟାପୀ ୫୮,୫୪୫ ଭୋଟିଂ ବୁଥ୍ ବ୍ୟବସ୍ଥା କରାଯାଇଛି। ଭୋଟରଙ୍କ ମଧ୍ୟରେ ୨,୬୭,୨୮,୦୫୩ ଜଣ ପୁରୁଷ ଭୋଟର ଅଛନ୍ତି ଏବଂ ୨,୬୪,୦୦,୭୪ ଜଣ ମହିଳା ଭୋଟର ଅଛନ୍ତି। ୧୧,୭୧,୫୫୮ ଜଣ ଯୁବ ଭୋଟର ଅଛନ୍ତି।

Tags: