କର୍ଣ୍ଣାଟକରେ ବିଜେପିର ୪୦ ତାରକା ପ୍ରଚାରକ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ନିର୍ବାଚନ ପ୍ରଚାର ଜୋରଦାର ହୋଇଛି। ଚଳିତ ନିର୍ବାଚନରେ ଟିକେଟ ପ୍ରସଙ୍ଗ ପାଇଁ କର୍ଣ୍ଣାଟକ ବିଜେପିରେ ବିଦ୍ରୋହ ବଢ଼ିଛି। ଅନେକ ଟାଣୁଆ ନେତା ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି। ଇତି ମଧ୍ୟରେ ବିଜେପି ଆଜି କର୍ଣ୍ଣାଟକ ନିର୍ବାଚନ ପାଇଁ ଏହାର ତାରକା ପ୍ରଚାରକ ତାଲିକା ଜାରି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ […]

Samaya Live Picture
Published On

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ନିର୍ବାଚନ ପ୍ରଚାର ଜୋରଦାର ହୋଇଛି। ଚଳିତ ନିର୍ବାଚନରେ ଟିକେଟ ପ୍ରସଙ୍ଗ ପାଇଁ କର୍ଣ୍ଣାଟକ ବିଜେପିରେ ବିଦ୍ରୋହ ବଢ଼ିଛି। ଅନେକ ଟାଣୁଆ ନେତା ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି। ଇତି ମଧ୍ୟରେ ବିଜେପି ଆଜି କର୍ଣ୍ଣାଟକ ନିର୍ବାଚନ ପାଇଁ ଏହାର ତାରକା ପ୍ରଚାରକ ତାଲିକା ଜାରି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ବିଜେପି ମୋଟ୍ ୪୦ ଜଣ ତାରକା ପ୍ରଚାରକଙ୍କ ତାଲିକା ଜାରି କରିଛି। ଆଜି ସକାଳେ ଜେପି ନଡ୍ଡା କର୍ଣ୍ଣାଟକର ହୁବେଳିରେ ବିଧାୟକ ଅରବିନ୍ଦ ବେଲ୍ଲାଡ଼ଙ୍କ ବାସଭବନରେ ବରିଷ୍ଠ ନେତାମାନଙ୍କ ସହ ବ୍ରେକଫାଷ୍ଟ ବୈଠକ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମେ’ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଏବଂ ମେ’ ୧୩ରେ ଫଳାଫଳ ଆସିବ।

Tags: