କଂଗ୍ରେସ ପାଇଁ ପୁଣି ଅଡ଼ୁଆ ସ୍ଥିତି ସୃଷ୍ଟି କଲେ ପାଇଲଟ

ନୂଆଦିଳ୍ଲୀ : ରାଜସ୍ଥାନରେ କଂଗ୍ରେସ କନ୍ଦଳ ଘନଉଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ତିକ୍ତତା ଜାରି ରହିଛି। ପାଇଲଟ ସିଧାସଳଖ ଭାବେ ଦଳ ବିରୋଧରେ ଯାଇ ଦଳ ପାଇଁ ଅଡ଼ୁଆ ସୃଷ୍ଟି କରୁଛନ୍ତି। ପାଇଲଟ ପୁଣିଥରେ ଦଳ ପାଇଁ ଏକ ଲଜ୍ଜାଜନକ ସ୍ଥିତି ସୃ୍ଷ୍ଟି କରିଛନ୍ତି। ସଚିନ ପାଇଲଟ ଗତକାଲି ବିଜେପି ନେତା କିରୋଡି ଲାଲ୍ ମୀନାଙ୍କ ଦ୍ବାରା ହୋଇଥିବା ଏକ ଧାରଣା ସ୍ଥଳ ଯାଇଥିଲେ। ନିକଟରେ ଆତ୍ମହତ୍ୟା […]

Samaya Live Picture
Published On

ନୂଆଦିଳ୍ଲୀ : ରାଜସ୍ଥାନରେ କଂଗ୍ରେସ କନ୍ଦଳ ଘନଉଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ତିକ୍ତତା ଜାରି ରହିଛି। ପାଇଲଟ ସିଧାସଳଖ ଭାବେ ଦଳ ବିରୋଧରେ ଯାଇ ଦଳ ପାଇଁ ଅଡ଼ୁଆ ସୃଷ୍ଟି କରୁଛନ୍ତି। ପାଇଲଟ ପୁଣିଥରେ ଦଳ ପାଇଁ ଏକ ଲଜ୍ଜାଜନକ ସ୍ଥିତି ସୃ୍ଷ୍ଟି କରିଛନ୍ତି। ସଚିନ ପାଇଲଟ ଗତକାଲି ବିଜେପି ନେତା କିରୋଡି ଲାଲ୍ ମୀନାଙ୍କ ଦ୍ବାରା ହୋଇଥିବା ଏକ ଧାରଣା ସ୍ଥଳ ଯାଇଥିଲେ। ନିକଟରେ ଆତ୍ମହତ୍ୟା କରିଥିବା ଜଣେ ଏସ୍ଟି ସମ୍ପ୍ରଦାୟର ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ବିଜେପି ନେତା ଧାରଣାରେ ବସିଥିବାବେଳେ ପାଇଲଟ ସେଠାରେ ପହଞ୍ଚିଥିଲେ ଏବଂ ବିନା ବିଳମ୍ବରେ ପରିବାର ସଦସ୍ୟଙ୍କ ପାଇଁ ନ୍ୟାୟ ଦାବି କରିଥିଲେ। ପାଇଲଟ ମଧ୍ୟ ବିଜେପି ନେତା କିରୋଡି ଲାଲ ମୀନାଙ୍କ ସହ କଥା ହୋଇଥିଲେ। ମୁଖ୍ୟମନ୍ତ୍ରୀ ଗେହଲଟ ଇତି ମଧ୍ୟରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବଜାଇ ସାରିଛନ୍ତି। ଜୟପୁରରେ ସାମ୍ବାଦିକମାନଙ୍କ ସହ କଥା ହୋଇ ଗେହଲଟ ଦୃଢ଼ୋକ୍ତି ବାଢ଼ିଛନ୍ତି ଯେ ଆମେ ପୁଣିଥରେ ସରକାର ଗଢ଼ିବୁ। ଗେହଲଟ କହିଛନ୍ତି କର୍ଣ୍ଣାଟକ ନିର୍ବାଚନ ପରୋ ବିଜେପିର ସମସ୍ତ ନେତା ରାଜସ୍ଥାନ ଆସିବେ। କିନ୍ତୁ ରାଜସ୍ଥାନରେ ସେମାନଙ୍କର ବଡ଼ ପରାଜୟ ହେବ।

Tags: