ଏନସିପି ମୁଖ୍ୟ ଭାବେ ଇସ୍ତଫା ଦେଲେ ଶରଦ ପାୱାର
ନୂଆଦିଲ୍ଲୀ : ବରିଷ୍ଠ ରାଜନେତା ଶରଦ ପାୱାର ଆଜି ଏନସିପି ମୁଖ୍ୟ ଭାବେ ଇସ୍ତଫା ଦେଇଛନ୍ତି। ଶରଦ ପାୱାର ଆଜି ତାଙ୍କ ଅଟୋବାୟୋଗ୍ରାଫିର ଦ୍ବିତୀୟ ସଂସ୍କରଣ ଲଞ୍ଚ୍ କରିବା ସମୟରେ ଏହି ଘୋଷଣା କରିଛନ୍ତି। ପାୱାର କହିଛନ୍ତି, ଏନସିପି ସଭାପତି ପଦରୁ ଓହରିଯିବାପାଇଁ ମୁଁ ନିଷ୍ପତ୍ତି ନେଇଛି। ପାୱାରଙ୍କ ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା ସମସ୍ତଙ୍କୁ ଆଚମ୍ବିତ କରିଦେଇଛି। ମହାରାଷ୍ଟ୍ର ରାଜନୀତିରେ ଜଣେ ବରିଷ୍ଠ ନେତା ପାୱାର କହିଛନ୍ତି, ସେ ଆଉ ନିର୍ବାଚନ ଲଢ଼ିବେନି। ପାୱାର କହିଛନ୍ତି, ରାଜ୍ୟସଭାରେ […]
ନୂଆଦିଲ୍ଲୀ : ବରିଷ୍ଠ ରାଜନେତା ଶରଦ ପାୱାର ଆଜି ଏନସିପି ମୁଖ୍ୟ ଭାବେ ଇସ୍ତଫା ଦେଇଛନ୍ତି। ଶରଦ ପାୱାର ଆଜି ତାଙ୍କ ଅଟୋବାୟୋଗ୍ରାଫିର ଦ୍ବିତୀୟ ସଂସ୍କରଣ ଲଞ୍ଚ୍ କରିବା ସମୟରେ ଏହି ଘୋଷଣା କରିଛନ୍ତି। ପାୱାର କହିଛନ୍ତି, ଏନସିପି ସଭାପତି ପଦରୁ ଓହରିଯିବାପାଇଁ ମୁଁ ନିଷ୍ପତ୍ତି ନେଇଛି। ପାୱାରଙ୍କ ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା ସମସ୍ତଙ୍କୁ ଆଚମ୍ବିତ କରିଦେଇଛି। ମହାରାଷ୍ଟ୍ର ରାଜନୀତିରେ ଜଣେ ବରିଷ୍ଠ ନେତା ପାୱାର କହିଛନ୍ତି, ସେ ଆଉ ନିର୍ବାଚନ ଲଢ଼ିବେନି। ପାୱାର କହିଛନ୍ତି, ରାଜ୍ୟସଭାରେ ମୋର ଆଉ ୩ ବର୍ଷ ଅଛି। ତେଣୁ ମୁଁ ଆଉ ନିର୍ବାଚନ ଲଢ଼ିବିନି ବୋଲି ନିଷ୍ପତ୍ତି ନେଇଛି। ଏହି ୩ ବର୍ଷରେ ମୁଁ ରାଜ୍ୟ ଏବଂ ଦେଶର ବିଷୟ ଉପରେ ଅଧିକ ଗୁରୁତ୍ବାରୋପ କରିବି ବୋଲି ପାୱାର କହିଛନ୍ତି। ତେବେ ପାୱାର କୌଣସି ଅତିରିକ୍ତ ଦାୟିତ୍ବ ନେବେନାହିଁ ବୋେଲି କହିଛନ୍ତି। କିନ୍ତୁ ପାୱାର ଏହା ସ୍ପଷ୍ଟ କରି କହିଛନ୍ତି ଯେ ଏନସିପି ସଭାପତି ପଦରୁ ସେ ଇସ୍ତଫା ଦେଉଥିଲେ ବି ରାଜନୀତିରୁ ଦୂରେଇନାହାନ୍ତି। ତେବେ ପାୱାର ଆଜି ତାଙ୍କ ନିଷ୍ପତ୍ତି ଘୋଷଣା କରିବା ସମୟରେ ଏନସିପି ନେତାମାନେ ପାୱାରଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ। ପାୱାର ତାଙ୍କ ଇସ୍ତଫା ଉପରେ ପୁନର୍ବାର ଚିନ୍ତା କରିବାପାଇଁ ଏନ୍ସିପି ନେତାମାନେ ତାଙ୍କୁ ଅନୁରୋଧ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ପାୱାର ୧୯୯୯ରେ ଏନସିପି ଦଳ ଗଢ଼ିଥିଲେ। ୫୫ ବର୍ଷର ରାଜନୈତିକ କ୍ୟାରିୟରରେ ସେ ଅନେକ ଶୀର୍ଷ ସରକାରୀ ପଦବୀରେ ରହିଛନ୍ତି। ସେ ସାଂସଦ, ବିଧାୟକ ଏବଂ କେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି। ସେ ମଧ୍ୟ ମହାରାଷ୍ଟ୍ରର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଥିଲେ। ୧୯୭୮ରେ ମାତ୍ର ୩୮ ବର୍ଷ ବୟସରେ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ।




