ଏଆଇଏଡିଏମ୍‌କେର ସାଧାରଣ ସମ୍ପାଦକ ହେଲେ ଇପିଏସ୍‌

ନୂଆଦିଲ୍ଲୀ, ୨୮/୩ : ଏଡ଼ାପ୍ପଦି କେ ପଲାନିସ୍ବାମୀ (ଇପିଏସ୍‌) ଏଆଇଏଡିଏମ୍‌କେ ଦଳର ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଛନ୍ତି। ଦଳର ସାଧାରଣ ସମ୍ପାଦକ ନିର୍ବାଚନ ଫଳ ଉପରେ ରୋକ୍‌ ଲଗାଇବାପାଇଁ ଓପିଏସ୍‌ ( ଓ ପନିରସେଲଭମ) ଗୋଷ୍ଠୀ ମାଡ୍ରାସ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଏହି ଆବେଦନର ଶୁଣାଣି ପାଇଁ ମନା କରିବାରୁ ଓପିଏସ୍‌ ଗୋଷ୍ଠୀକୁ ଶକ୍ତ ଝଟ୍‌କା ଲାଗିଛି। ଏଥିସହ ଇପିଏସ୍‌ ଏଆଇଏଡିଏମ୍‌କେର ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଛନ୍ତି। ଏହି ବିଜୟ ପରେ ଇପିଏସ୍‌ ଚେନ୍ନାଇ […]

Samaya Live Picture
Published On

ନୂଆଦିଲ୍ଲୀ, ୨୮/୩ : ଏଡ଼ାପ୍ପଦି କେ ପଲାନିସ୍ବାମୀ (ଇପିଏସ୍‌) ଏଆଇଏଡିଏମ୍‌କେ ଦଳର ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଛନ୍ତି। ଦଳର ସାଧାରଣ ସମ୍ପାଦକ ନିର୍ବାଚନ ଫଳ ଉପରେ ରୋକ୍‌ ଲଗାଇବାପାଇଁ ଓପିଏସ୍‌ ( ଓ ପନିରସେଲଭମ) ଗୋଷ୍ଠୀ ମାଡ୍ରାସ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଏହି ଆବେଦନର ଶୁଣାଣି ପାଇଁ ମନା କରିବାରୁ ଓପିଏସ୍‌ ଗୋଷ୍ଠୀକୁ ଶକ୍ତ ଝଟ୍‌କା ଲାଗିଛି। ଏଥିସହ ଇପିଏସ୍‌ ଏଆଇଏଡିଏମ୍‌କେର ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଛନ୍ତି। ଏହି ବିଜୟ ପରେ ଇପିଏସ୍‌ ଚେନ୍ନାଇ ସ୍ଥିତ ଜୟା ସ୍ମାରକ ସ୍ଥଳକୁ ଯାଇଛନ୍ତି। ସର୍ବସମ୍ମତିକ୍ରମେ ତାଙ୍କୁ ନିର୍ବାଚିତ କରାଯାଇଥିବାରୁ ସେ ଦଳୀୟ ନେତାମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଇପିଏସ କହିଛନ୍ତି, ଅନେକ ଜଟିଳତା ପରେ ମୁଁ ସାଧାରଣ ସମ୍ପାଦକ ପଦ ଜିତିଲି। ଉଲ୍ଲେଖ‌ଯୋଗ୍ୟ ଯେ ଦଳର ୨୦୨୨ ଜୁଲାଇ ୧୧ ତାରିଖର ସାଧାରଣ ପରିଷଦ ପ୍ରସ୍ତାବକୁ ବିରୋଧ କରି ପନିରସେଲଭମ ଏବଂ ଅନ୍ୟମାନେ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଏହି ଆବେଦନ ଖାରଜ କରିଦେଲେ। ଏହାର ଅର୍ଥ ହେଉଛି ସାଧାରଣ ପରିଷଦ ଠିକ୍‌ ଏବଂ ଏହାର ପ୍ରସ୍ତାବ ଗୁଡ଼ିକ ମଧ୍ୟ ଠିକ୍‌।

Tags: