ଆଦାନୀଙ୍କ ସହ ୨ ଘଣ୍ଟାର ବୈଠକ ପରେ ପାୱାରଙ୍କୁ ଭେଟିଲେ ସଂଜୟ ରାଉତ
ମୁମ୍ବାଇ: ଶିଳ୍ପପତି ଗୌତମ ଆଦାନୀ ଗତକାଲି ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଭେଟିବାର କିଛି ଘଣ୍ଟା ପରେ ଶିବସେନା-ୟୁବିଟି ସାଂସଦ ସଂଜୟ ରାଉତ ଗତକାଲି ସନ୍ଧ୍ୟାରେ ପାୱାରଙ୍କୁ ଭେଟିଛନ୍ତି। ଦକ୍ଷିଣ ମୁମ୍ବାଇ ସ୍ଥିତ ପାୱାରଙ୍କ ସିଲଭର ଓକ ବାସଭବନରେ ରାଉତ ପାୱାରଙ୍କୁ ସାକ୍ଷାତ କରିଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ତାହା ଜଣାପଡ଼ିନି। ଉଲ୍ଲେଖଯୋଗ୍ୟ ଯେ ଗତକାଲି ଦିନରେ ଗୌତମ ଆଦାନୀ ପାୱାରଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ମଧ୍ୟରେ […]
ମୁମ୍ବାଇ: ଶିଳ୍ପପତି ଗୌତମ ଆଦାନୀ ଗତକାଲି ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଭେଟିବାର କିଛି ଘଣ୍ଟା ପରେ ଶିବସେନା-ୟୁବିଟି ସାଂସଦ ସଂଜୟ ରାଉତ ଗତକାଲି ସନ୍ଧ୍ୟାରେ ପାୱାରଙ୍କୁ ଭେଟିଛନ୍ତି। ଦକ୍ଷିଣ ମୁମ୍ବାଇ ସ୍ଥିତ ପାୱାରଙ୍କ ସିଲଭର ଓକ ବାସଭବନରେ ରାଉତ ପାୱାରଙ୍କୁ ସାକ୍ଷାତ କରିଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ତାହା ଜଣାପଡ଼ିନି। ଉଲ୍ଲେଖଯୋଗ୍ୟ ଯେ ଗତକାଲି ଦିନରେ ଗୌତମ ଆଦାନୀ ପାୱାରଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ମଧ୍ୟରେ ୨ ଘଣ୍ଟା ଆଲୋଚନା ହୋଇଥିଲା। ପାୱାର ଏବଂ ଆଦାନୀଙ୍କ ମଧ୍ୟରେ ହୋଇଥିବା ବୈଠକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ଗତ କିଛି ଦିନ ତଳେ ପାୱାର ଆଦାନୀଙ୍କୁ ସମର୍ଥନ କରିଥିଲେ ଏବଂ ହିଣ୍ଡେନବର୍ଗ ରିପୋର୍ଟକୁ କଡ଼ା ସମାଲୋଚନା କରିଥିଲେ। କଂଗ୍ରେସ ସମେତ ଅନ୍ୟ ବିରୋଧୀ ନେତାମାନେ ଆଦାନୀ- ହିଣ୍ଡେନବର୍ଗ ରିପୋର୍ଟ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରିଥିବାବେଳେ ଏହି ସମୟରେ ପାୱାର ଆଦାନୀଙ୍କୁ ସମର୍ଥନ କରିଥିବାରୁ ଏଥିପାଇଁ ମହାରାଷ୍ଟ୍ରରେ ବିରୋଧୀ ମେଣ୍ଟରେ ବିଭେଦ ଦେଖାଦେଇଥିଲା। ଏବେ ପୁଣିଥରେ ପାୱାର- ଆଦାନୀଙ୍କ ସାକ୍ଷାତକୁ ନେଇ ଜୋରଦାର ଆଲୋଚନା ହେଉଛି।




