ତୁମ ପାଇଁ ଗାଏ ଗୀତ

ବଦଳି ଗଲାଣି ସମୟରେ ଧନ ବଦଳି ଗଲାଣି ସମୟ ନିଜ ସୁଖ କଥା ସଭିଙ୍କର ଚିନ୍ତା ବାପମାଆ ଦୁଃଖେ ଅଥୟ। ବାପମାଆ ଡାକ ଭୁଲି ବୁଢାବୁଢୀ ମଣନ୍ତି ଅଲୋଡ଼ା ଏଜୀବ ଗୋଡ଼ ହାତ ତାଙ୍କ ଅଚଳ ଆଗରୁ ନିତି ଖୋଜୁଥାନ୍ତି ମରଣ। ପେନସନ୍‍ ଗଣ୍ଡେ ପାଉଛି ଯଦି କେ ସେ ତ ଭାରୁଆ ବଳଦ ଯେତେ ଭିଡ଼ୁଥିବ ସେତେ ଟାଣୁଥିବେ ମଣୁଥିବେ ଦୁଃଖ-କଉତୁକ। ଆଦର ନାହିଁ ଯେ ତାଙ୍କ ପାଇଁ ମନେ ସମୟ ସରେନି ତାଙ୍କର କେ […]

Samaya Live Picture
Published On

ବଦଳି ଗଲାଣି ସମୟରେ ଧନ
ବଦଳି ଗଲାଣି ସମୟ
ନିଜ ସୁଖ କଥା ସଭିଙ୍କର ଚିନ୍ତା
ବାପମାଆ ଦୁଃଖେ ଅଥୟ।
ବାପମାଆ ଡାକ ଭୁଲି ବୁଢାବୁଢୀ
ମଣନ୍ତି ଅଲୋଡ଼ା ଏଜୀବ
ଗୋଡ଼ ହାତ ତାଙ୍କ ଅଚଳ ଆଗରୁ
ନିତି ଖୋଜୁଥାନ୍ତି ମରଣ।
ପେନସନ୍‍ ଗଣ୍ଡେ ପାଉଛି ଯଦି କେ
ସେ ତ ଭାରୁଆ ବଳଦ
ଯେତେ ଭିଡ଼ୁଥିବ ସେତେ ଟାଣୁଥିବେ
ମଣୁଥିବେ ଦୁଃଖ-କଉତୁକ।
ଆଦର ନାହିଁ ଯେ ତାଙ୍କ ପାଇଁ ମନେ
ସମୟ ସରେନି ତାଙ୍କର
କେ ବୋଲେ ବୁଢାର କାମ ନାହିଁ ବୋଲି
ହେଉଛି ବକର ବକର।
ପେଟ ଚିରି ଯାହା ଦେଇଛି ଜନମ
ଆଦରି ପଡ଼ିଛି ମନ୍ଦ ମୋ କରମ
ସତେ ବୃଦ୍ଧକାଳେ ତୋ ସେବା ପାଇବି
ମାଆ ହୋଇ ଲାଗେ ସରମ।

Tags: