ମୁଁ କରୋନା ଯୋଦ୍ଧା !

ପ୍ରଭୁ ଜଗନ୍ନାଥଙ୍କୁ ମୋର ପ୍ରାର୍ଥନା ଦୂର କରି ଦିଅନ୍ତୁ କରୋନା। ବହୁତ ଗଲାଣି ଜୀବନ ବଞ୍ଚିରହିବା ଆଉ କେତେଦିନ। ଜାଣିନି ଫେରିବି କି ନାହିଁ ଘରକୁ ପୁଣି ଭେଟି ପାରିବି କି  ଗୁରୁଜନଙ୍କୁ। ବହୁତ ମନେପଡ଼େ ମୋ ପିଲାଦିନ କେତେ ଖୁସିରେ ବିତୁଥିଲା ସେ ଦିନ। କାହିଁକି କେଉଁଆଡ଼ୁ କରୋନା ଆସିଲା ମୋ ପିଲାଦିନ କଥା ସବୁ ମନେ ପଡ଼ିଗଲା। ଏବେ ବାହା ହୋଇ ଘର ସଂସାର କଲିଣି ମୋର ବି ପିଲାଛୁହାର ସଂସାର ହେଲାଣି। ଚାକିରୀ […]

Samaya Live Picture
Published On

ପ୍ରଭୁ ଜଗନ୍ନାଥଙ୍କୁ ମୋର ପ୍ରାର୍ଥନା
ଦୂର କରି ଦିଅନ୍ତୁ କରୋନା।
ବହୁତ ଗଲାଣି ଜୀବନ
ବଞ୍ଚିରହିବା ଆଉ କେତେଦିନ।
ଜାଣିନି ଫେରିବି କି ନାହିଁ ଘରକୁ
ପୁଣି ଭେଟି ପାରିବି କି  ଗୁରୁଜନଙ୍କୁ।
ବହୁତ ମନେପଡ଼େ ମୋ ପିଲାଦିନ
କେତେ ଖୁସିରେ ବିତୁଥିଲା ସେ ଦିନ।
କାହିଁକି କେଉଁଆଡ଼ୁ କରୋନା ଆସିଲା
ମୋ ପିଲାଦିନ କଥା ସବୁ ମନେ ପଡ଼ିଗଲା।
ଏବେ ବାହା ହୋଇ ଘର ସଂସାର କଲିଣି
ମୋର ବି ପିଲାଛୁହାର ସଂସାର ହେଲାଣି।
ଚାକିରୀ କରିଛି ପୋଲିସି
ମାଛ ଖାଇବି ବୋଲି ଇଲିସି।
କରୋନା ଡ଼ରରେ ଭାତ ବି ଖାଉନି
ମୋ ପିଲା ଛୁଆ ସେଠି ଭୋକରେ ମଲେଣି।
ଜାଣିନି ଫେରିବି କି ନାହିଁ ଘରକୁ
ତଥାପି ଆଶା କରୁଛି ପ୍ରଭୁ ଜଗନ୍ନାଥଙ୍କୁ।
ଶେଷରେ ଗୁହାରି କରୁଛି ପ୍ରଭୁଙ୍କୁ
ଆଣ୍ଟିଡ଼ୋଜ ଆଣି ଦିଅନ୍ତୁ ଏ କରୋନା ରୋଗକୁ।

Tags: