ଲେଖୁଛି ମୁଁ ପୋଲିସଙ୍କ ପାଇଁ

ଆମକୁ ହେଲାଣି କରୋନା ପ୍ୟାର ତା ପ୍ରେମରେ ଆମେ ମାନିବୁନି ଜମା ହାର । ଖୁସିରେ ବାହରୁଛୁ କରିବାକୁ ଆମ ଡ୍ୟୁଟି କେହି ରୋକିବେନି ଆମକୁ ଆମେ ଥିବୁ ସବୁଠି । ଚାଲିକି ହଉ ଅବା ଗାଡ଼ିରେ ଆମେ ବୁଲୁଥାଉ ସବୁ ଜାଗାରେ । କରିଥାଉ ଆମ କର୍ତ୍ତବ୍ୟ ନ ଦେଖାଇ ଅଭିମାନ ସ୍ଵଭାଵ । କିଏ କରେ ଚୋରୀ ପୁଣି କିଏ କରେ ଡକାୟତି ତଥାପି ଆମେ କରି ଥାଉ ଆମ କର୍ତ୍ତବ୍ୟ ଏଠି ନୀତି […]

Samaya Live Picture
Published On

ଆମକୁ ହେଲାଣି କରୋନା ପ୍ୟାର
ତା ପ୍ରେମରେ ଆମେ ମାନିବୁନି ଜମା ହାର ।
ଖୁସିରେ ବାହରୁଛୁ କରିବାକୁ ଆମ ଡ୍ୟୁଟି
କେହି ରୋକିବେନି ଆମକୁ ଆମେ ଥିବୁ ସବୁଠି ।
ଚାଲିକି ହଉ ଅବା ଗାଡ଼ିରେ
ଆମେ ବୁଲୁଥାଉ ସବୁ ଜାଗାରେ ।
କରିଥାଉ ଆମ କର୍ତ୍ତବ୍ୟ
ନ ଦେଖାଇ ଅଭିମାନ ସ୍ଵଭାଵ ।
କିଏ କରେ ଚୋରୀ ପୁଣି କିଏ କରେ ଡକାୟତି
ତଥାପି ଆମେ କରି ଥାଉ ଆମ କର୍ତ୍ତବ୍ୟ ଏଠି ନୀତି ।
ସମସ୍ତଙ୍କ ଆଖିରେ ଆମେ ନୁହେଁ ଯେ ସମାନ
କାହା ଆଖିରେ ଆମେ ଅଟୁ ପୁଣି ମହାନ ।
ହିରୋ ହେବା ପାଇଁ ନାଇଁ ଯେ ଇଚ୍ଛା ଆମର
କରି ଥାଉ କର୍ତ୍ତବ୍ୟ ଭୁଲି ଆମ ଘର ଦ୍ୱାର ।
କରୁଛୁ କରୁଥିବୁ କର୍ତ୍ତବ୍ୟ ଏଠି ନିତି
ଭୁଲି ଆମ ସାଙ୍ଗ ସାଥି ଆଉ ଗାଁ ମାଟି ।
ଲେଖିଛି ମୁଁ ସବୁ ପୋଲିସଙ୍କ ପାଇଁ
ତଥ୍ୟ ଆଙ୍କି ଦେଇଛି ସମସ୍ତେ ଜାଣିବା ପାଇଁ ।

Tags: