କରୋନା ପାଇଁ….

କି ଥିଲା ମୋ ଦେଶ, କି ହୋଇଛି ଆଜ ସବୁ ତ କରୋନା ପାଇଁ ସହରଠୁ ପଲ୍ଲୀ , ମନ୍ଦିରଠୁ ଦିଲ୍ଲୀ ସବୁଠି ନୀରବ ରାଜି। ମହୋଦଧି ଆଜି ଗର୍ଜନ କରୁଛି ଶୂନ୍ୟ କୋଳାହଳ ନେଇ ବଡଦାଣ୍ଡ ଆଜି ଶୂନ୍ୟ ଶୂନ୍ୟ ଲାଗେ ଜନ ସମାଗମ ନାହିଁ। ଜଗତରନାଥ କାଳିଆ ସାଆନ୍ତ କାହିଁକି ମଉନ ହୋଇ କାହିଁକି ବସିଚ ଗମ୍ଭୀରା ଭିତରେ ଭାଇ ଭଉଣୀଙ୍କୁ ନେଇ। ଶ୍ରୀମନ୍ଦିରେ ଆଜି ନାହଁନ୍ତି ଭକତ ନାହିଁ ତ ଅଭଡ଼ା ବିକା, […]

Samaya Live Picture
Published On

କି ଥିଲା ମୋ ଦେଶ, କି ହୋଇଛି ଆଜ
ସବୁ ତ କରୋନା ପାଇଁ
ସହରଠୁ ପଲ୍ଲୀ , ମନ୍ଦିରଠୁ ଦିଲ୍ଲୀ
ସବୁଠି ନୀରବ ରାଜି।
ମହୋଦଧି ଆଜି ଗର୍ଜନ କରୁଛି
ଶୂନ୍ୟ କୋଳାହଳ ନେଇ
ବଡଦାଣ୍ଡ ଆଜି ଶୂନ୍ୟ ଶୂନ୍ୟ ଲାଗେ
ଜନ ସମାଗମ ନାହିଁ।
ଜଗତରନାଥ କାଳିଆ ସାଆନ୍ତ
କାହିଁକି ମଉନ ହୋଇ
କାହିଁକି ବସିଚ ଗମ୍ଭୀରା ଭିତରେ
ଭାଇ ଭଉଣୀଙ୍କୁ ନେଇ।
ଶ୍ରୀମନ୍ଦିରେ ଆଜି ନାହଁନ୍ତି ଭକତ
ନାହିଁ ତ ଅଭଡ଼ା ବିକା,
ନାହିଁ ହୁଳହୁଳି ଭକତ ଗହଳି
ତୁ ସିନା ବସିଛୁ ଏକା।
ଓଲ୍ହେଇ ଆସହେ ରତ୍ନସିଂହାସନୁ
ଜଗତ ତାରଣ ପାଇଁ
ଜଗତଟା ଏଠି ହାହାକାର ଡାକେ
ଏ ରୋଗ କୋରନା ପାଇଁ।
ତୁ ଥାଉ ନାଥ ହେବାକୁ ଅନାଥ
କଳଙ୍କ ଲାଗିବ ସିନା।
ତାରଣ କରହେ କୋରନା ଦାଉରୁ କରୁଣାର ବାରି ଛିଞ୍ଚି
ତୁମେ ନରଖିଲେ ତୁମରି ଜଗତ
ତୁମ ଆଗେ ଯିବ ଲୁଚି।

Tags: