ବିଶ୍ବବାସୀ ଆଜି ଭୟେ ପ୍ରକମ୍ପିତ !

ମିନତୀ। ଶାନ୍ତିଲତା ପଣ୍ଡା ସାରା ବିଶ୍ବବାସୀ ଆଜି ଭୟେ ପ୍ରକମ୍ପିତ। କରୋନାମହାମାରୀ ରେ ହୋଇ ପ୍ରତିହତ। ନୀରବେ ଶୋଇଛି ପୁଣି ଜନ ସରୋବର। ମାରିବାକୁ ଭୁତାଣୁକୁ ନାହିଁ ହତିଆର । ଶଙ୍ଖ ଘଣ୍ଟା ଖୋଳ ତାଳେ କମ୍ପିଲା ମେଦିନୀ। ତ୍ରାହିକର ତ୍ରାହିକର ପ୍ରଭୁ ଚକ୍ରପାଣି । ଏକି ମହାମାରୀ ଆସି ଵିଶ୍ବ ପ୍ରେବେଶିଛି। ଗୋଟିଗୋଟି କରନ କେତେ ପ୍ରାଣ ବିନାଶୁଛି। ବି‍‌‌ଜ୍ଞାନର ବଳ ନାହିଁ ତାକୁ ରୋକିବାକୁ। ଦୂରେ ଥାଇ ନମସ୍କାର କରେ ଭୁତାଣୁ । ଆଖି […]

Samaya Live Picture
Published On

ମିନତୀ।

ଶାନ୍ତିଲତା ପଣ୍ଡା

ସାରା ବିଶ୍ବବାସୀ ଆଜି ଭୟେ ପ୍ରକମ୍ପିତ।
କରୋନାମହାମାରୀ ରେ ହୋଇ ପ୍ରତିହତ।
ନୀରବେ ଶୋଇଛି ପୁଣି ଜନ ସରୋବର।
ମାରିବାକୁ ଭୁତାଣୁକୁ ନାହିଁ ହତିଆର ।
ଶଙ୍ଖ ଘଣ୍ଟା ଖୋଳ ତାଳେ କମ୍ପିଲା ମେଦିନୀ।
ତ୍ରାହିକର ତ୍ରାହିକର ପ୍ରଭୁ ଚକ୍ରପାଣି ।
ଏକି ମହାମାରୀ ଆସି ଵିଶ୍ବ ପ୍ରେବେଶିଛି।
ଗୋଟିଗୋଟି କରନ କେତେ ପ୍ରାଣ ବିନାଶୁଛି।
ବି‍‌‌ଜ୍ଞାନର ବଳ ନାହିଁ ତାକୁ ରୋକିବାକୁ।
ଦୂରେ ଥାଇ ନମସ୍କାର କରେ ଭୁତାଣୁ ।
ଆଖି ଥାଇ ଅନ୍ଧ କିମ୍ପା ହେଉଛ ପ୍ରଭୁ।

ବିନାହାତେ ବିଶ୍ବଜନେ ଦେଇଥିଲ ସବୁ।
ଆଜିକିମ୍ପା ହେଉଅଛ ଏପରି ନିଷ୍ଠୁର,।
ଜଗତଜନଙ୍କ ଠାରେ ବାରେ ଦୟାକର।
ହାତଯୋଡି କରୁଅଛି ଏତିକି ମିନତୀ।
ନାଶକରି ଭୁତାଣୁକୁ ଭରିଦିଅ ପ୍ରୀତି।


ଦୂର ହେଉ ଭୟଭ୍ରାନ୍ତି ବିଶ୍ବଜନଙ୍କର।
ଆନନ୍ଦରେ ହସି ଉଠୁ ସୁନ୍ଦର ସଂସାର।

Tags: