ନୀଳ ନୟନା
ତୁମେ ଶୀତୁଆ ରାତିର ଚନ୍ଦ୍ରମା ଛାତିର ଶିଶିର ଭିଜା ଜୋଛନା, ତୁମେ ଗୋଧୂଳି ବେଳର କାଳିମା ଅନ୍ଧାର କ୍ଷଣେ ରହି ଚାଲି ଯାଅନା । କୁହୁଡ଼ିର ଛାତି ଚିରି ବେସରମ ବତୀ ପରି ଚୁପି ଚୁପି ତୁମେ ଆସନା, ଆଗୋ ମନ୍ଦାକିନୀ ମୋ ମହ ହଂସୀନି ଖୋଜ କାହିଁ ଏତେ ବାହାନା । ତୁମେ ସଜ ପାରିଜାତ କରି ହୃଦୟ ଆହତ ପାହାନ୍ତା ସପନେ ଲୁଚନା, ମୁଁ ହୁଏ ପରାସ୍ତ ଭାରି ଅସ୍ତବ୍ୟସ୍ତ ଜଳାଏ ତୁମର ଭାବନା […]
ତୁମେ ଶୀତୁଆ ରାତିର ଚନ୍ଦ୍ରମା ଛାତିର
ଶିଶିର ଭିଜା ଜୋଛନା,
ତୁମେ ଗୋଧୂଳି ବେଳର କାଳିମା ଅନ୍ଧାର
କ୍ଷଣେ ରହି ଚାଲି ଯାଅନା ।
କୁହୁଡ଼ିର ଛାତି ଚିରି ବେସରମ ବତୀ ପରି
ଚୁପି ଚୁପି ତୁମେ ଆସନା,
ଆଗୋ ମନ୍ଦାକିନୀ ମୋ ମହ ହଂସୀନି
ଖୋଜ କାହିଁ ଏତେ ବାହାନା ।
ତୁମେ ସଜ ପାରିଜାତ କରି ହୃଦୟ ଆହତ
ପାହାନ୍ତା ସପନେ ଲୁଚନା,
ମୁଁ ହୁଏ ପରାସ୍ତ ଭାରି ଅସ୍ତବ୍ୟସ୍ତ
ଜଳାଏ ତୁମର ଭାବନା ।
କାକର ଟୋପାଳି ପରି ଅଧରରୁ ମଧୁ ଝରି
ଦିଅଇ ଆଜି ମତେ ଯାତନା,
ଚନ୍ଦମଲ୍ଲିକାଟେ ସାଜି ହୁଅ ବାରେ ତୁମେ ରାଜି
ଆଗୋ ମୋର ନୀଳ ନୟନା ।
Tags:




