ଜୁଲୋଜି ଅଧ୍ୟାପକଙ୍କ ଜାଲିଆତି,ଠକି ନେଲେ ୩ କୋଟି

ମୟୁରଭଞ୍ଜ : ଜାଲ ସାର୍ଟିଫିକେଟ ଦେଇ ଫସିଲେ ଅଧ୍ୟାପକ । ମୟୂରଭଞ୍ଜ ଜିଲ୍ଲା ଉଦଳା କଲେଜର ଜୁଲୋଜି ବିଭାଗର ଅଧ୍ୟାପକ ପ୍ରଭାକର ସାହୁଙ୍କ ନାଁ ରେ ଆସିଛି ଏପରି ଅଭିଯୋଗ । ଅଧ୍ୟାପକ ପ୍ରଭାକର ସାହୁ ୧୯୯୩ରେ ଜୁଲୋଜିରେ ପିଜି ପାସ କରିଥିଲେ ବୋଲି ଜାଲ ସାର୍ଟିଫିକେଟ ଦେଇ ଚାକିରୀ ହାତେଇଥିଲେ । ଜାଲିଆତି କରି ସରକାରଙ୍କୁ ଚୂନ ଲଗାଇ ୧୯୯୨ ମସିହାରୁ ଚାକିରି କରି ରାଜକୋଷରୁ ୩ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି ଅଧ୍ୟାପକ […]

ଜୁଲୋଜି ଅଧ୍ୟାପକଙ୍କ ଜାଲିଆତି,ଠକି ନେଲେ ୩ କୋଟି
Samaya Live Picture
Published On

ମୟୁରଭଞ୍ଜ : ଜାଲ ସାର୍ଟିଫିକେଟ ଦେଇ ଫସିଲେ ଅଧ୍ୟାପକ । ମୟୂରଭଞ୍ଜ ଜିଲ୍ଲା ଉଦଳା କଲେଜର ଜୁଲୋଜି ବିଭାଗର ଅଧ୍ୟାପକ ପ୍ରଭାକର ସାହୁଙ୍କ ନାଁ ରେ ଆସିଛି ଏପରି ଅଭିଯୋଗ । ଅଧ୍ୟାପକ ପ୍ରଭାକର ସାହୁ ୧୯୯୩ରେ ଜୁଲୋଜିରେ ପିଜି ପାସ କରିଥିଲେ ବୋଲି ଜାଲ ସାର୍ଟିଫିକେଟ ଦେଇ ଚାକିରୀ ହାତେଇଥିଲେ । ଜାଲିଆତି କରି ସରକାରଙ୍କୁ ଚୂନ ଲଗାଇ ୧୯୯୨ ମସିହାରୁ ଚାକିରି କରି ରାଜକୋଷରୁ ୩ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି ଅଧ୍ୟାପକ ପ୍ରଭାକର । ତେବେ ଘଟଣା ଜଣାପଡିବା ପରେ ପରେ ଉଦଳା କଲେଜ ପ୍ରିନ୍ସିପାଲ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

ସୂଚନାନୁସାରେ,ଅଧ୍ୟାପକ ପ୍ରଭାକର ସାହୁ ୧୯୯୩ ରେ ପିଜି ପାସ କରିଥିବାବେଳେ,ଏହା ପୂର୍ବରୁ ଅର୍ଥାତ ୧୯୯୨ ରୁ ବଡ଼ସାହି କଲେଜରେ ଚାକିରି ଆରମ୍ଭ କରିଥିଲେ । ଏହାପରେ ୨୦୧୫ ମସିହାରୁ ଉଦଳା କଲେଜରେ ଜୁଲୋଜି ବିଭାଗରେ ପାଠ ପଢ଼ାଉଛନ୍ତି । ତେବେ ସେ ୧୯୯୩ ରେ ପିଜି ପାସ କରିଥିବାବେଳେ ୧୯୯୨ ରେ କିପରି ଚାକିରୀ ଆରମ୍ଭ କଲେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣା ବାବଦରେ ଜାଲି ଅଧ୍ୟାପକ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ। ତେବେ ଏହି ଘଟଣାକୁ ସାମ୍ନାକୁ ଆଣିଥିବା ଅଧ୍ୟାପକଙ୍କୁ ଅଭିଯୁକ୍ତ ଅଧ୍ୟାପକ ପ୍ରଭାକର ସାହୁ ଧମକ ଚମକ ଦେଉଥିବା ସୂଚନା ମିଳିଛି ।

ସେପଟେ କଲେଜରେ କାର୍ଯ୍ୟରତ ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କ ସାର୍ଟିଫିକେଟ ଯାଞ୍ଚ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଲେଜକୁ ନିର୍ଦ୍ଦେଶ ଆସିଥିଲା । ଏହି ନିର୍ଦେଶ ପରେ ଦସ୍ତାବିଜ ଯାଞ୍ଚ ସମୟରେ ଘଟଣା ସାମ୍ନାକୁ ଆସିଛି ।

Tags: