ଯୁବପିଢିଙ୍କ ଆତ୍ମହତ୍ୟା ସମାଜ ପାଇଁ ଶୁଭଙ୍କର ନୁହେଁ – ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ଵର : କିଟ୍ ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା । ଘଟଣା ପରେ ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ,ଯୁବପିଢ଼ି ଆତ୍ମହତ୍ୟା ଆଡ଼କୁ ଯାଉଛନ୍ତି। ଯାହାକି ଏବେ ଚିନ୍ତାର ବିଷୟ। ଏଭଳି ଘଟଣା ଶୁଭଙ୍କର ନୁହେଁ । କିଟ୍‌ରେ ପଢ଼ୁଥିବା ପିଲାଙ୍କ ଉପରେ କଣ ଚାପ ରହୁଛି ତାହା ଜାଣିବା ପାଇଁ ଚେଷ୍ଟା କରିବୁ। ଘଟଣାର କାରଣ ଖୋଜି ବାହାର କରାଯିବ। କିଟ୍ ଘଟଣାକୁ ନେଇ ରାଜ୍ୟ ସରକାର […]

ଯୁବପିଢିଙ୍କ ଆତ୍ମହତ୍ୟା ସମାଜ ପାଇଁ ଶୁଭଙ୍କର ନୁହେଁ – ମନ୍ତ୍ରୀ ସୁରେଶ ପୂଜାରୀ
Samaya Live Picture
Published On

ଭୁବନେଶ୍ଵର : କିଟ୍ ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା । ଘଟଣା ପରେ ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ,ଯୁବପିଢ଼ି ଆତ୍ମହତ୍ୟା ଆଡ଼କୁ ଯାଉଛନ୍ତି। ଯାହାକି ଏବେ ଚିନ୍ତାର ବିଷୟ। ଏଭଳି ଘଟଣା ଶୁଭଙ୍କର ନୁହେଁ । କିଟ୍‌ରେ ପଢ଼ୁଥିବା ପିଲାଙ୍କ ଉପରେ କଣ ଚାପ ରହୁଛି ତାହା ଜାଣିବା ପାଇଁ ଚେଷ୍ଟା କରିବୁ। ଘଟଣାର କାରଣ ଖୋଜି ବାହାର କରାଯିବ। କିଟ୍ ଘଟଣାକୁ ନେଇ ରାଜ୍ୟ ସରକାର ଅନୁଧ୍ୟାନ କରୁଛନ୍ତି ।

ସେପଟେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାକୁ ନେଇ ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା ଉଦବେଗ ପ୍ରକାଶ କରିଛନ୍ତି। ଘଟଣାର ସତ୍ୟାସତ୍ୟ ଯାଞ୍ଚ ନେଇ ସେ ଏକ୍ସରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଏହି ଘଟଣା ଆମକୁ ଗଭୀର ଦୁଃଖ ଦେଇଛି। ଘଟଣାର ତଦନ୍ତ ପାଇଁ କୂଟନୈତିକ ପଦକ୍ଷେପ ଆରମ୍ଭ କରିଛୁ। ଭାରତ ଓ ଓଡ଼ିଶା ସରକାରଙ୍କ ସହ ଆଲୋଚନା ଚାଲିଛି।

ସୂଚନାନୁସାରେ, ଗତକାଲି କିଟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରୁ ଜଣେ ନେପାଳୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଛାତ୍ରୀ ଜଣଙ୍କ ହେଉଛନ୍ତି ନେପାଳ ବୀରଗୁଂଜର ପ୍ରୀଶା ଶାହ । ସେ କମ୍ପୁଟର ସାଇନ୍ସର ପ୍ରଥମ ବର୍ଷରେ ପଢୁଥିଲେ । କିଟ୍ ଛାତ୍ରୀନିବାସ ଭିତରେ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏ ନେଇ ପୁଲିସ କମିସନର ସୁରେଶ ଦେବଦତ୍ତ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ତେବେ ତାଙ୍କର ଆତ୍ମହତ୍ୟାର କାରଣ ଜଣା ପଡି ନାହିଁ । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ସହ ଇନଫୋସିଟି ଥାନା ପୋଲିସ କିଟ୍ କ୍ୟାମ୍ପସରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଛାତ୍ରୀଙ୍କର ପରିବାର ଲୋକେ ପହଞ୍ଚିବା ପରେ ଆଜି ଏମ୍ସରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ। ଏହି ଘଟଣାରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ନଘଟେ ସେଥିପାଇଁ କ୍ୟାମ୍ପସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ସେହିପରି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ଯେ, ପୋଲିସ ବିଭାଗ ଯାହା କରିବା କଥା କରିଛି, ତଦନ୍ତ ଆରମ୍ଭ ହୋଇଛି। ବିଭାଗ ମଧ୍ୟ ପଦକ୍ଷେପ ନେବା ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ପରେ ହିଁ କାର୍ଯ୍ୟନୁଷ୍ଠାନ ନେଇ ସରକାର ବିଚାର କରିବେ।

ଫେବୃଆରୀ ୧୬ରେ କିଟ୍ କ୍ୟାମ୍ପସ୍‌ରେ ଆତ୍ମହତ୍ୟା କରିଥିଲେ ନେପାଳୀ ଛାତ୍ରୀ ପ୍ରକୃତି। ଘଟଣାକୁ ଅଢେଇ ମାସ ନପୁରୁଣୁ ପୁଣି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି।

Tags: