ମହାନଦୀକୁ ଡେଇଁ ଯୁବକ ନିଖୋଜ
ସାଲେପୁର : ମହାନଦୀକୁ ଡେଇଁ ଯୁବକ ନିଖୋଜ । ମହାନଦୀରେ ବାଲି ଉଠାଣ ବେଳେ ୪ ଜଣ ଯୁବକ ନଦୀକୁ ଡେଇଁ ପଡ଼ିଥିଲେ । ତେବେ ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ଗତକାଲି ବିଳମ୍ବିତ ରାତିରେ କଟକ ଜଗତପୁର ଥାନା ବରଗୋଡ଼ିଆ ନିକଟ ମହାନଦୀରେ ଏହି ଘଟଣା ଘଟିଥିଲା । ଯୁବକଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି ଆରମ୍ଭ ହୋଇଛି । ଖବର ଅନୁଯାୟୀ, ବରଗୋଡ଼ିଆ ନିକଟ ମହାନଦୀରୁ […]
ସାଲେପୁର : ମହାନଦୀକୁ ଡେଇଁ ଯୁବକ ନିଖୋଜ । ମହାନଦୀରେ ବାଲି ଉଠାଣ ବେଳେ ୪ ଜଣ ଯୁବକ ନଦୀକୁ ଡେଇଁ ପଡ଼ିଥିଲେ । ତେବେ ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ଗତକାଲି ବିଳମ୍ବିତ ରାତିରେ କଟକ ଜଗତପୁର ଥାନା ବରଗୋଡ଼ିଆ ନିକଟ ମହାନଦୀରେ ଏହି ଘଟଣା ଘଟିଥିଲା । ଯୁବକଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି ଆରମ୍ଭ ହୋଇଛି ।
ଖବର ଅନୁଯାୟୀ, ବରଗୋଡ଼ିଆ ନିକଟ ମହାନଦୀରୁ ବେଆଇନ୍ ଭାବେ ବାଲି ଉଠାଣ ଚାଲିଥିଲା । ଯାହା ସଂପର୍କରେ ଖବର ପାଇ ମାଇନ୍ସ ଏବଂ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲେ। ଯେଉଁଥିରେ ଭୟଭୀତ ହୋଇ ଖସି ଯିବାକୁ ଚେଷ୍ଟାକରି ୪ ଜଣ ଶ୍ରମିକ ନଦୀକୁ ଡେଇଁ ପଡିଥିଲେ । ଏମାନଙ୍କ ମଧ୍ୟରୁ ୩ ଜଣ ଉଦ୍ଧାର ହୋଇଥିବାବେଳେ ,ବର୍ତ୍ତମାନ ଯାଏଁ ନିଖୋଜ ଯୁବକଙ୍କ ସଂପର୍କରେ କୌଣସି ସୂଚନା ମିଳିଲାନି ।




