ମହାନଦୀ କୁ ଡେଇଁ ଯୁବକ ନିଖୋଜ
ପାରାଦୀପ: ମହାନଦୀକୁ ଡେଇଁ ଯୁବକ ନିଖୋଜ । ଜଗତସିଂପୁର ଜିଲ୍ଲା ପାରାଦୀପ ଭୂତମୁଣ୍ଡାଇ ପୋଲରୁ ମହାନଦୀକୁ ଡେଇଁଲେ ଯୁବକ । ନିଖୋଜ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ପକ୍ଷରୁ ଖୋଜାଖୋଜି ଚାଲିଛି । ଯୁବକଙ୍କ ଘର କୁଜଙ୍ଗ ମଙ୍ଗରାଜପୁର ଅଞ୍ଚଳରେ ଓ ସେ ମେକାନିକାଲ୍ ଇଞ୍ଜିନିୟରିଂରେ ଡପ୍ଲୋମା କରିଥିବାର ସୂଚନା ରହିଛି। ସୂଚନା ଅନୁଯାୟୀ ଆଜି ସକାଳ ୯ ଟା ପାଖାପାଖି ଜଣେ ବ୍ୟକ୍ତି ହଠାତ […]
ପାରାଦୀପ: ମହାନଦୀକୁ ଡେଇଁ ଯୁବକ ନିଖୋଜ । ଜଗତସିଂପୁର ଜିଲ୍ଲା ପାରାଦୀପ ଭୂତମୁଣ୍ଡାଇ ପୋଲରୁ ମହାନଦୀକୁ ଡେଇଁଲେ ଯୁବକ । ନିଖୋଜ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ପକ୍ଷରୁ ଖୋଜାଖୋଜି ଚାଲିଛି । ଯୁବକଙ୍କ ଘର କୁଜଙ୍ଗ ମଙ୍ଗରାଜପୁର ଅଞ୍ଚଳରେ ଓ ସେ ମେକାନିକାଲ୍ ଇଞ୍ଜିନିୟରିଂରେ ଡପ୍ଲୋମା କରିଥିବାର ସୂଚନା ରହିଛି।
ସୂଚନା ଅନୁଯାୟୀ ଆଜି ସକାଳ ୯ ଟା ପାଖାପାଖି ଜଣେ ବ୍ୟକ୍ତି ହଠାତ ପୋଲ ଉପରୁ ମହାନଦୀକୁ ଡେଇଁ ପଡ଼ିଥିଲେ । ସେଠାରେ ଥିବା ଲୋକେ ଲୋକେ ପୋଲିସକୁ ଖବର ଦେଇଥିଲେ । ତେବେ ପୋଲିସ କୁଜଙ୍ଗ ଅଗ୍ନିଶମ ବିଭାଗକୁ ଖବର ଦେବାପରେ , ଅଗ୍ନିଶମ ବିଭାଗ ନଦୀରେ ଖୋଜାଖୋଜି ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ଯୁବକଙ୍କୁ ଉଦ୍ଧାର କରାଯାଇପାରି ନଥିବାବେଳେ ଡେଇଁବାର କାରଣ ଅସ୍ପଷ୍ଟ ରହିଛି ।




