ହାଇୱା ଧକ୍କାରେ ଯୁବକ ମୃତ
ନୟାଗଡ:ହାଇୱା ଧକ୍କାରେ ଯୁବକ ମୃତ । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି I ମୃତ ଯୁବକ ହେଲେ ବାଞ୍ଛାନିଧି ଲେଙ୍କା I ଏହି ଘଟଣାକୁ ନେଇ ଉତ୍ତେଜିତ ଲୋକେ କ୍ଷତିପୂରଣ ଦାବିରେ ଖଣ୍ଡପଡ଼ା -ଫତେଗଡ ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଛନ୍ତି I ସୂଚନାନୁସାରେ,ଗତକାଲି ବିଳମ୍ବିତ ରାତିରେ ଫତେଗଡ ପଞ୍ଚାୟତ ଅନ୍ତର୍ଗତ ପିଠାଖIଇ ଗ୍ରାମର ହାଇୱା ଚାଳକ ବିଜୟ ଲେଙ୍କା,ସେହି ଗ୍ରାମର ଚୈତନ୍ୟ ଲେଙ୍କାଙ୍କ ପୁଅ ବାଞ୍ଛାନିଧି ଲେଙ୍କାଙ୍କୁ ଦ୍ରୁତ ଗତିରେ ଧକ୍କା […]
ନୟାଗଡ:ହାଇୱା ଧକ୍କାରେ ଯୁବକ ମୃତ । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି I ମୃତ ଯୁବକ ହେଲେ ବାଞ୍ଛାନିଧି ଲେଙ୍କା I ଏହି ଘଟଣାକୁ ନେଇ ଉତ୍ତେଜିତ ଲୋକେ କ୍ଷତିପୂରଣ ଦାବିରେ ଖଣ୍ଡପଡ଼ା -ଫତେଗଡ ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଛନ୍ତି I
ସୂଚନାନୁସାରେ,ଗତକାଲି ବିଳମ୍ବିତ ରାତିରେ ଫତେଗଡ ପଞ୍ଚାୟତ ଅନ୍ତର୍ଗତ ପିଠାଖIଇ ଗ୍ରାମର ହାଇୱା ଚାଳକ ବିଜୟ ଲେଙ୍କା,ସେହି ଗ୍ରାମର ଚୈତନ୍ୟ ଲେଙ୍କାଙ୍କ ପୁଅ ବାଞ୍ଛାନିଧି ଲେଙ୍କାଙ୍କୁ ଦ୍ରୁତ ଗତିରେ ଧକ୍କା ଦେଇ ଚାଲି ଯାଇଥିଲା I ଘଟଣାସ୍ଥଳରେ ବାଞ୍ଛାନିଧିଙ୍କର ମୃତ୍ୟୁ ଘଟିଥିଲା I ଘଟଣାସ୍ଥଳରୁ ଗାଡି ଚାଳକ ବିଜୟ ଲେଙ୍କା ଫତେଗଡ ଥାନାରେ ଆତ୍ମସମର୍ପଣ କରିଛି I
ଏହି ଘଟଣାରେ ସ୍ଥାନୀୟ ଲୋକେ ବାଞ୍ଛାନିଧିଙ୍କ ମୃତ ଶରୀର ରଖି କ୍ଷତିପୁରଣ ଦାବିରେ ରାସ୍ଥାରୋକ କରିଛନ୍ତି । ଘଟଣା ସ୍ଥଳରେ ଫରେଇଗଡା ପୋଲିସ ପହଞ୍ଚି ସ୍ଥାନିୟ ଲୋକଙ୍କୁ ବୁଝାସୁଝା କରି ଘଟଣାର ତଦନ୍ତ କରିଛି ।




