ପୁରୀ ବଡ଼ଦାଣ୍ଡରେ ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ
ପୁରୀ : ରଥଯାତ୍ରା ପୂର୍ବରୁ ବଡ଼ଦାଣ୍ଡରେ ଅଘଟଣ I ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ I ଯୁବକ ଜନକ ଟାଟା ପାୱାର ବିଦ୍ୟୁତ ବିଭାଗର କର୍ମଚାରୀ ଥିଲେ I ତାଙ୍କ ନାଁ ରାକେଶ ବେହେରା (୨୫) I ଘର କଟକ ରାଜା ବଗିଚା ଅଞ୍ଚଳରେ I ସେ ରଥ ପାଇଁ କଣ୍ଟ୍ରୋଲ ରୁମ୍ ଉପରେ ସିସିଟିଭି ସଂଯୋଗ କରୁଥିବା ସମୟରେ କରେଣ୍ଟ ଲାଗି ଯୁବ ଅପରେଟରଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଟାଉନ ଥାନା ପୁଲିସ […]
ପୁରୀ : ରଥଯାତ୍ରା ପୂର୍ବରୁ ବଡ଼ଦାଣ୍ଡରେ ଅଘଟଣ I ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ I ଯୁବକ ଜନକ ଟାଟା ପାୱାର ବିଦ୍ୟୁତ ବିଭାଗର କର୍ମଚାରୀ ଥିଲେ I ତାଙ୍କ ନାଁ ରାକେଶ ବେହେରା (୨୫) I ଘର କଟକ ରାଜା ବଗିଚା ଅଞ୍ଚଳରେ I ସେ ରଥ ପାଇଁ କଣ୍ଟ୍ରୋଲ ରୁମ୍ ଉପରେ ସିସିଟିଭି ସଂଯୋଗ କରୁଥିବା ସମୟରେ କରେଣ୍ଟ ଲାଗି ଯୁବ ଅପରେଟରଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଟାଉନ ଥାନା ପୁଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍ ପଠାଇଛି। ଟାଟା ପାୱାର ତରଫରୁ ବାରମ୍ବାର ବ ବିଦ୍ୟୁତ ବିଭ୍ରାଟ ହେତୁ ଏଭଳି ଘଟଣା ଘଟିଥାଇପାରେ ବୋଲି ସହଯୋଗୀ କହିଛନ୍ତି।




