ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ

ଚିଲିକା: ବାଲୁଗାଁ ରେଲଓ୍ୱେ ଷ୍ଟେସନରେ ଅଘଟଣ । ଚଳନ୍ତା ଟ୍ରେନରୁ ଖସିପଡ଼ି ଯୁବକଙ୍କ ମୃତ୍ୟୁ । ଭୁବନେଶ୍ୱରରୁ ବେଙ୍ଗାଳୁରୁ ଯାଉଥିବା ପ୍ରଶାନ୍ତି ଏକ୍ସପ୍ରେସରୁ ଓହ୍ଲାଉଥିବା ବେଳେ ଏହି ଅଘଟଣ ଘଟିଛି । ଷ୍ଟେସନର ଦକ୍ଷିଣ କ୍ୟାବିନ ନିକଟରେ ଘଟିଛି ଘଟଣା । ଯୁବକ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ରୋପଡା ଗ୍ରାମର ସତ୍ୟବାଦୀ ସ୍ୱାଇଁ, ବୟସ ୪୪ ବର୍ଷ । ତେବେ ମୃତ ବ୍ୟକ୍ତି ଜଣଙ୍କ କିପରି ଟ୍ରେନରୁ ତଳକୁ ପଡ଼ିଲେ। ଏହା ଏକ ଦୁର୍ଘଟଣା […]

Samaya Live Picture
Published On

ଚିଲିକା: ବାଲୁଗାଁ ରେଲଓ୍ୱେ ଷ୍ଟେସନରେ ଅଘଟଣ । ଚଳନ୍ତା ଟ୍ରେନରୁ ଖସିପଡ଼ି ଯୁବକଙ୍କ ମୃତ୍ୟୁ । ଭୁବନେଶ୍ୱରରୁ ବେଙ୍ଗାଳୁରୁ ଯାଉଥିବା ପ୍ରଶାନ୍ତି ଏକ୍ସପ୍ରେସରୁ ଓହ୍ଲାଉଥିବା ବେଳେ ଏହି ଅଘଟଣ ଘଟିଛି । ଷ୍ଟେସନର ଦକ୍ଷିଣ କ୍ୟାବିନ ନିକଟରେ ଘଟିଛି ଘଟଣା । ଯୁବକ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ରୋପଡା ଗ୍ରାମର ସତ୍ୟବାଦୀ ସ୍ୱାଇଁ, ବୟସ ୪୪ ବର୍ଷ । ତେବେ ମୃତ ବ୍ୟକ୍ତି ଜଣଙ୍କ କିପରି ଟ୍ରେନରୁ ତଳକୁ ପଡ଼ିଲେ। ଏହା ଏକ ଦୁର୍ଘଟଣା ନା ତାଙ୍କୁ କେହି ତଳକୁ ଠେଲି ଦେଇଛି, କିମ୍ୱା ସେ ନିଜେ ତଳକୁ ଡ଼େଇଁଛନ୍ତି। ଏସବୁ ଏବେଯାଏଁ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି I

Tags: