ଚିକିତ୍ସାଧୀନ ଅବସ୍ଥାରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର : ଆଖିବୁଜିଲେ ପୁଣି ଜଣେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ହେଉଛନ୍ତି ରାଜଧାନୀ ଉପକଣ୍ଠ ବାଲିପାଟଣାର ଜ୍ୟୋତିରଞ୍ଜନ ମାଠିଆ । ଗତକାଲି ସନ୍ଦେହ ଜନକ ଅବସ୍ଥାରେ ସେ ଜଳି ଯାଇଥିଲେ । ଜ୍ୟୋତିଙ୍କ ସ୍ତ୍ରୀ ଏବଂ ପଡୋଶୀ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମ୍ସରେ ଭର୍ତ୍ତି କରିଥିଲେ । ଶନିବାର ସକାଳେ ତାଙ୍କର ମୃତ୍ୟୁ […]

ଚିକିତ୍ସାଧୀନ ଅବସ୍ଥାରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ
Samaya Live Picture
Published On

ଭୁବନେଶ୍ୱର : ଆଖିବୁଜିଲେ ପୁଣି ଜଣେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ହେଉଛନ୍ତି ରାଜଧାନୀ ଉପକଣ୍ଠ ବାଲିପାଟଣାର ଜ୍ୟୋତିରଞ୍ଜନ ମାଠିଆ । ଗତକାଲି ସନ୍ଦେହ ଜନକ ଅବସ୍ଥାରେ ସେ ଜଳି ଯାଇଥିଲେ । ଜ୍ୟୋତିଙ୍କ ସ୍ତ୍ରୀ ଏବଂ ପଡୋଶୀ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମ୍ସରେ ଭର୍ତ୍ତି କରିଥିଲେ । ଶନିବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁ ପୂର୍ବରୁ ବିସ୍ଫୋରକ ବୟାନ ଦେଇଛନ୍ତି ଜ୍ୟୋତିରଞ୍ଜନ । ତାଙ୍କ ବାପା ମା ଏବଂ ଭାଇ ତାଙ୍କୁ ପେଟ୍ରୋଲ ଢାଳି ଜାଳିଦେଇଥିବା ସେ ଅଭିଯୋଗ କରିଛନ୍ତି। ଜମିବାଡ଼ି ଭାଗ ବଣ୍ଟାକୁ କେନ୍ଦ୍ର କରି ଏଭଳି ଘଟିଥିବା ପ୍ରାଥମିକ ସୂଚନା ମିଳିଛି । ଏହି ଘଟଣାରେ ଜ୍ୟୋତିରଞ୍ଜନଙ୍କ ବାପା,ଭାଇଙ୍କ ସହ ସାବତ ମା’ଙ୍କୁ ଅଟକ ରଖି ପଚରାଉଚରା କରୁଛି ବାଲିପାଟଣା ପୋଲିସ ।

Tags: